ଅଧିବକ୍ତା ପରିଷଦ ପକ୍ଷରୁ ସମ୍ବିଧାନ ଦିବସ


ଭୁବନେଶ୍ଵର: ଅଧିବକ୍ତା ପରିଷଦ ପକ୍ଷରୁ ୭୫ତମ ସମ୍ବିଧାନ ଦିବସ ଜୟଭାରତ ଭବନରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜଷ୍ଟିସ୍ ଡିପି ଚୌଧୁରୀ ଯୋଗଦେଇ ସମ୍ବିଧାନର ସ୍ବରାଜ୍ୟ, ସତ୍ୟ, ଅହିଂସା, ଅନ୍ତୋଦୟ ଓ ସର୍ବୋଦୟ ବିଷୟକୁ ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ପ୍ରଧାନ ଯୋଗଦେଇ ‘ସଭିଙ୍କ ହାତରେ ସମ୍ବିଧାନ’ ଉପରେ ଗୁରୁତ୍ବାରୋପ କରିଥିଲେ। ପରିଷଦର ରାଜ୍ୟ ସଭାପତି ଅଜିତ କୁମାର ପଟ୍ଟନାୟକ ମୂଳ ସମ୍ବିଧାନର ନକଲ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବାକୁ ଦାବି କରିଥିଲେ | ଅନ୍ୟତମ ସମ୍ମାନିତ ଅତିଥି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସହପ୍ରାନ୍ତ କାର୍ଯ୍ୟବାହ ଇଂ ସୁଦର୍ଶନ ଦାସ ପଞ୍ଚ ପରିବର୍ତ୍ତନ ସମାଜର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ସମ୍ପାଦକ ସରୋଜ କୁମାର ନାୟକ ପରିଷଦ ପାଇଁ ଏକ ସ୍ଥାୟୀ ଗୃହ ନିର୍ମାଣର ଆବଶ୍ୟକତା ସମ୍ପର୍କରେ କହିଥିଲେ।
ଆଇନସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭୁବନେଶ୍ଵର ବାର୍ ଆସୋସିଏସନ୍‌ର ସମ୍ପାଦକ ଦୀପକ କୁମାର ଦାଶ, ରବିଶଙ୍କର ପଟ୍ଟନାୟକ, ମୁରଲୀ ମନୋହର ମହାପାତ୍ର ଓ ଶ୍ରୀମନ୍ତ କୁମାର ସାମନ୍ତରାୟଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ଜାଜ୍ଞବଳକ୍ୟ ମହାନ୍ତି ସ୍ବାଗତ ଭାଷଣ ଓ ସୁଧୀର କୁମାର ଦାସ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଂଜନ ବରିଶଲ, ଶ୍ୟାମସୁନ୍ଦର କବି, ଲକ୍ଷ୍ମୀଧର ଦାଶ, ଅଶୋକ କୁମାର ସାହୁ, ସଂଘମିତ୍ରା ରାଜଗୁରୁ ଓ ରବି ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *