ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ରେମୁଣା ଖଣ୍ଡ ତରଫରୁ ସଂଘ ପ୍ରତିଷ୍ଠା ଦିବସ ଓ ପଥ ସଞ୍ଚଳନ

ଆରଏସଏସର ପ୍ରତିଷ୍ଠା ଦିବସ ଓ ପଥ ସଞ୍ଚଳନ
ରେମୁଣା: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)ର ପ୍ରତିଷ୍ଠା ଦିବସ ଓ ପଥ ସଞ୍ଚଳନ କାର୍ଯ୍ୟକ୍ରମ ରେମୁଣାରେ ଅନୁଷ୍ଠିତ ହୋଇଯାଇଛି। ବିଜୟା ଦଶମୀ
ଅବସରରେ ଆୟୋଜିତ ପଥ ସଞ୍ଚଳନ ରେମୁଣା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରୁ ବାହାରି ମାଧୁପୁର, ମନ୍ଦିରଛକ, ରେମୁଣା ବଜାର, ତାରିଣୀଛକ, ଖୋସାଲିଗଞ୍ଜ, ଗୌଡ଼ଦାଣ୍ଡ ହୋଇ କ୍ଷୀରଚୋରା ମନ୍ଦିର ବସଷ୍ଟାଣ୍ଡରେ ପହଞ୍ଚିଥିଲା । ସେଠାରେ ଅବସରପ୍ରାପ୍ତ ସେନା କର୍ମଚାରୀ କ୍ଷେତ୍ରମୋହନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ସ୍ଵୟଂସେବକମାନେ ବିଭିନ୍ନ ଶସ୍ତ୍ର ପୂଜନ ଓ ଶାରୀରିକ କୌଶଳ ପ୍ରଦର୍ଶନ କରିଥିଲେ । ଜିଲା ସଂଘ ଚାଳକ ସୁଧାଂଶୁ ଶେଖର ଦାସମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୯୨୫ ବିଜୟା ଦଶମୀରେ ସଂଘ ପ୍ରତିଷ୍ଠାଠାରୁ ଆଜି ପର୍ଯ୍ୟନ୍ତ କାଳଖଣ୍ଡର ଉଲ୍ଲେଖ କରିଥିଲେ। ୨୦୨୫ରେ ସଂଘ ପ୍ରତିଷ୍ଠାକୁ ଶହେ ବର୍ଷ ପାଳନ ପରିପ୍ରେକ୍ଷୀରେ ‘ଶତାବ୍ଦୀ ବର୍ଷ ପ୍ରାରମ୍ଭ’ ସମ୍ପର୍କରେ ସୂଚନା ଦେଇ ସଂଘ କାର୍ଯ୍ୟର ବିସ୍ତାର ପାଇଁ ସ୍ଵୟଂ ସେବକଙ୍କୁ ଉତ୍ସାହିତ କରିଥିଲେ। ରେମୁଣା ଖଣ୍ଡ ସଂଘ ଚାଳକ ହରେକଷ୍ଣ ଗିରି, ବାଲେଶ୍ବର ବିଭାଗ ଧର୍ମଜାଗରଣ ପ୍ରମୁଖ ଅଦୈତ କୁମାର ଦାସ ଉପସ୍ଥିତ
ଥିବାବେଳେ ରେମୁଣା ଖଣ୍ଡ କାର୍ଯ୍ୟବାହ ଦୁଷ୍ମନ୍ତ ମାହାଣ୍ଡି ଧନ୍ୟବାଦ ଦେଇଥିଲେ। ଜିଲା ଶାରୀରିକ ପ୍ରମୁଖ ମୃତ୍ୟୁଞ୍ଜୟ ମାହାଣ୍ଡି ଘୋଷ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସହ ଜିଲା ଶାରୀରିକ ପ୍ରମୁଖ ସୁଶାନ୍ତ ମଣ୍ଡଳ, ରେମୁଣା ଖଣ୍ଡ ଶାରିରୀକ ପ୍ରମୁଖ ରମେଶ ଦାସ, ଖଣ୍ଡ ବୌଦ୍ଧିକ ପ୍ରମୁଖ ଜୟକୃଷ୍ଣ ମାଲ ସଞ୍ଚଳନ, ଶାରୀରିକ ଓ ବୌଦ୍ଧିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *