ଆନନ୍ଦପୁର ସରସ୍ବତୀ ଶିଶୁ ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ପ୍ରତିଷ୍ଠା ଦିବସ

କେଶଦୁରାପାଳ: ଆନନ୍ଦପୁର ସରସ୍ବତୀ ଶିଶୁ ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ଵୟଂ ସେବକସଙ୍ଘର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର,ଘସିପୁରାର ବିଭିନ୍ନ ଗ୍ରାମାଞ୍ଚଳରୁ ସ୍ଵୟଂସେବକମାନେ ଯୋଗଦେଇ ଧ୍ଵଜା ଉତ୍ତୋଳନ, ସଙ୍ଘ ପ୍ରାର୍ଥନା, ନଗରସଂଚାଳନ କାର୍ଯ୍ୟରେ ସାମିଲହୋଇଥିଲେ। ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘର ଐତିହ୍ୟ ବର୍ତ୍ତମାନରକାର୍ଯ୍ୟଧାରା ଉପରେ ଅତିଥ୍ ମାନେ ଆଲୋକପାତ କରିଥିଲେ । ସଙ୍ଘର ବୌଦ୍ଧିକ ସଭା କାର୍ଯ୍ୟରେ ମୁଖ୍ୟଅତିଥି ଭାବେ ପୁରାତନ ସ୍ଵୟଂ ସେବକ ତଥା ବରିଷ୍ଠ ସାମ୍ବାଦିକ କମଳାକାନ୍ତ ଦାଶ,ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତଅଧ୍ୟାପକ ଭାଗିରଥ ପୃଷ୍ଟି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଗର ସଙ୍ଘ ଚାଳକ ସର୍ବେଶ୍ୱର ଦଳେଇ, ହରେକୃଷ୍ଣ ପତି, ରବୀନ୍ଦ୍ର କୁମାର ଚାନ୍ଦ, ଗୌରାଙ୍ଗ ଚରଣ ନାୟକ, ରାମଚନ୍ଦ୍ର ସାହୁ ପ୍ରମୁଖ ଶତାଧିକ ସ୍ଵୟଂ ସେବକ ସାମିଲ ହୋଇଥଲେ।

Leave a Reply

Your email address will not be published. Required fields are marked *