ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ,ଚମ୍ପୁଆ ଖଣ୍ଡ ତରଫରୁ ବିଜୟା ଦଶମୀ ଓ ସଂଘର ପ୍ରତିଷ୍ଠା ଦିବସ ପାଳନ


ଭଣ୍ଡା: ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡା ଖେଳ ପଡ଼ିଆ ( ଷ୍ଟାଡିୟମ) ଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘର ଶତାବ୍ଦୀ ବର୍ଷ ପୁର୍ତ୍ତୀ ବିଜୟା ଦଶମୀ ପ୍ରତିଷ୍ଠା ଦିବସ ପାଳନ ଉତ୍ସବ ସହିତ ସ୍ଵୟଂ ସେବକ ମାନଙ୍କ ଦ୍ଵାରା ପଥ ସଂଚଳନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଚମ୍ପୁଆ ଖଣ୍ଡକାର୍ଯ୍ୟବାହୀ ଦୁଷ୍ମନ୍ତ କୁମାର ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟଅତିଥ୍ୟ ଭାବେ ସ୍ଵୟଂ ସେବକ ନୀଳାଦ୍ରୀ ନାଥ ମହାନ୍ତ, ମୁଖ୍ୟବକ୍ତା ଭାବେ ଜିଲା ସହକାର୍ଯ୍ୟବାହ ପ୍ରିନସ ଆପଟ ଯୋଗ ଦେଇ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘର ଐତିହ୍ୟ, ବର୍ତ୍ତମାନର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ I
ବାସୁଦେବପୁର ଶିଶୁ ବିଦ୍ୟାମନ୍ଦିର ପରିସରରୁ ଏକତ୍ରିତ ହୋଇଥିବା ସ୍ଵୟଂ ସେବକମାନେ କଂସରକ୍ଷ(କ), କଂସରକ୍ଷ(ଖ) ଓ ଭଣ୍ଡା ଗ୍ରାମ ଦେଇ ପଥ ସଂଚାଳନ କରି ଭଣ୍ଡା ଷ୍ଟାଡିୟମରେ ପହଞ୍ଚି ଥିଲେ । ଅମୃତ ବଚନ ପ୍ରଦାନ କରିଥିଲେ ସାଗର ଓ ଡାକ୍ତର ପଦ୍ମଲୋଚନ ମହାନ୍ତ। କାର୍ଯ୍ୟକ୍ରମ ସର୍ବ ବ୍ୟବସ୍ଥା ପ୍ରମୁଖ କ୍ଷେତ୍ରବାସୀ ମହାନ୍ତଙ୍କ ସହିତ ଭକ୍ତ ବଶ୍ୟଳ ନାଏକ, ସରୋଜ କୁମାର ମହାନ୍ତ, ଲମ୍ବୋଦର ମହାନ୍ତ, ପବିତ୍ର ମୋହନ ମହାନ୍ତ, ମନୋଜ ନାଏକ, ବଳରାମ ନାଏକ,ସୁଗ୍ରୀବର ବେହେରା, ଚିତ୍ତରଞ୍ଜନ ମହାନ୍ତ, ହେମନ୍ତ କୁମାର ମହାନ୍ତ ପ୍ରମୁଖଙ୍କ ସହଯୋଗିତାରେ ପରିଚାଳିତ ହୋଇଥିଲା ।

Leave a Reply

Your email address will not be published. Required fields are marked *