ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ,ଘଟଗାଁ ତରଫର ସଂଘର ପ୍ରତିଷ୍ଠା ଦିବସ ପାଳିତ

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ,ଘଟଗାଁ ତରଫର ସଂଘର ପ୍ରତିଷ୍ଠା ଦିବସ ପାଳିତ
ପାଟଣା : ଗତ ଶନିବାର କେନ୍ଦୁଝର ଜିଲା ଢେଙ୍କିକୋଟ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ୯୯ତମ ପ୍ରତିଷ୍ଠା ଦିବସ ଓ ବିଜୟା ଦଶମୀ ପାଳନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଘଟଗାଁ ଶାଖା ପକ୍ଷରୁ ଏକ କାର୍ଯ୍ୟକ୍ରମ ଢେଙ୍କିକୋଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧିକ ସଭାରେ ଭାରତମାତା, ରାଷ୍ଟ୍ରୀୟ ସ୍ଵୟଂ ସେବକସଂଘର ପ୍ରତିଷ୍ଠାତା କେଶବ ବଳରାମ ହେଡ଼ଗେୱାର,ଶ୍ରୀ ଗୁରୁଜୀଙ୍କ ଫଟୋ ଚିତ୍ରରେ ପୂଜାର୍ଚନା ସହ ଗୈରିକ ପତକା ଉତ୍ତୋଳନ କରାଯାଇଥିଲା। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରୁ ଏକ ସଞ୍ଚଳନ ବାହାରି ନଗର ପରିକ୍ରମା କରିଥିଲା । ଏଥିରେ ଶତାଧ୍ଵକ ସ୍ଵୟଂ ସେବକ ଯୋଗ ଦେଇଥିଲେ। ତତ୍ପରେ ସରସ୍ଵତୀ ଶିଶୁମନ୍ଦିର ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପିଏନବିର ପୂର୍ବତନ ପ୍ରବନ୍ଧକ କୁଳମଣି ମଣ୍ଡଳ ମୁଖ୍ୟ ଅତିଥି, ମୟୁରଭଞ୍ଜ ବିଭାଗର ସେବା ପ୍ରମୁଖ ଖଗେଶ୍ଵର ମହାନ୍ତ ମୁଖ୍ୟ ବକ୍ତା, ଜିଲା ସଙ୍ଘ ଚାଳକ ତଥା କରଞ୍ଜିଆ ସ୍ବୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଭାଗିରଥ ପୃଷ୍ଟି, ଘଟଗାଁ ଖଣ୍ଡ ସଙ୍ଘ ଚାଳକ ଦୁର୍ଯ୍ୟୋଧନ ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ । ତୃପ୍ତି ରଞ୍ଜନ ସାହୁ ଅତିଥ୍‌ ପରିଚୟ କରିଥିଲେ।

Leave a Reply

Your email address will not be published. Required fields are marked *