Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଭୁବନ ନଗର ସମ୍ମିଳନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଭୁବନ ନଗର ସମ୍ମିଳନୀ

ଏବିଭିପିର ନଗର ସମ୍ମିଳନୀ: ଶୁଭମ୍ ସଭାପତି, ରୋହିତ ସମ୍ପାଦକ

ଭୁବନ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଭୁବନ ନଗର ସମ୍ମିଳନୀ ସ୍ଥାନୀୟ ବାଜିରାଉତ କଲ୍ୟାଣ ମଣ୍ଡପ ଠାରେ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚରେ ପ୍ରାନ୍ତ ସହସଙ୍ଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା, ଜିଲ୍ଲା ସହପ୍ରମୁଖ ଅଧ୍ୟାପକ ଲଳିତ କୁମାର ବେହେରା, ବିଭାଗ ସଂଯୋଜକ ଅରୂପ ପଟ୍ଟନାୟକ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ଭୁବନ ନଗର ଅଧୀନରେ ଥିବା ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ୟୁନିଟ୍ ଗଠନ କରାଯାଉଛି । ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରହିଛି । କିନ୍ତୁ ପ୍ରତିନିଧି ବାଛିବାରେ ଆଗୁଆ ରହିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଭୁବନ ଶାଖା । ଭୁବନ ଶାଖାର ସଭାପତି ଭାବରେ ଅଧ୍ୟାପକ ଶୁଭମ୍ ବେହେରା, ଉପସଭାପତି ବିକାଶ ବେହେରା, ନଗର ସମ୍ପାଦକ ରୋହିତ ଅଗ୍ରୱାଲ୍‌ଙ୍କୁ ମନୋନୀତ କରାଯାଇଛି । ସେହିପରି ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଛାତ୍ର ପ୍ରତିନିଧି ସଭାପତି ବିଶ୍ୱଜିତ୍ ବେହେରା ସମ୍ପାଦକ ସବ୍ୟସାଚୀ ଦାସ ଓ ମହିଳା ମହାବିଦ୍ୟାଳୟ ନିମନ୍ତେ ସଭାପତି ଅପରାଜିତା ମହାକୁଡ ସମ୍ପାଦିକା ଶୁଭଶ୍ରୀ ମହାନ୍ତଙ୍କୁ ମନୋନୀତ କରାଯାଇଛି । କାର୍ଯ୍ୟକ୍ରମରେ ଶତାଧିକ ବିଦ୍ୟାର୍ଥୀ ଯୋଗ ଦେଇଥିଲେ । ଘୋଷିତ ଟିମ୍‌ର ସଭ୍ୟସଭ୍ୟାମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply