ସ୍ବଦେଶୀ ଜାଗରଣ ମଞ୍ଚର ଆଲୋଚନା ଚକ୍ର


ରାଉରକେଲା, ୪/୧୦: ସ୍ୱଦେଶ ଜାଗରଣ ମଞ୍ଚ ପକ୍ଷରୁ ରାଉରକେଲା ସେକ୍ଟର-୬ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକାମ୍ ମାନବବାଦ: ବିକଳ୍ପ ଅର୍ଥନୀତି ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
ମଞ୍ଚର ଅଖଳ ଭାରତ ସଂଘର୍ଷ ବାହିନୀର ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ କହିଲେ ଯେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରଣୀତ ଏକାତ୍ମ ମାନବବାଦ ସାମଗ୍ରିକ ବିକାଶର ଏକ ସଫଳ ପରିକଳ୍ପନା।
ବିଭାଗର ସ ହ ସଂଯୋ ଜ କ ଭୀମସେନ ନାୟକ ଭାରତୀୟ ଦର୍ଶନ ଓ ଚିନ୍ତନ ଆଧାରରେ ଏକ ବିକଳ୍ପ ଅର୍ଥନୀତିର ଆବଶ୍ୟକତା ରହିଛି ବୋଲି କହିଥିଲେ । ମଞ୍ଚର ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂଯୋଜକ ରମାକାନ୍ତ ପାତ୍ର ପୁଞ୍ଜିବାଦ ଉପରେ ଆଲୋଚନା କରି ପୃଥିବୀର ୪ ପ୍ରତିଶତ ବ୍ୟକ୍ତି ୪୦ପ୍ରତିଶତ ସମ୍ପତ୍ତିର ମାଲିକ ବୋଲି କହିଥିଲେ। ଏଥିପାଇଁ ଆର୍ଥିକ ବୈଷମତା ବଢି ଚାଲିଥିବାରୁ ଭାରତୀୟ ଚିନ୍ତା ଚେତନା ଆଧାରରେ ଲୋକଙ୍କ ବିକାଶ ପାଇଁ ଏକ ସଫଳ ଅର୍ଥନୀତିର ଆବଶ୍ୟକତା ରହିଛି ବୋଲି କହିଥିଲେ। ମହାନଗର ସଂଯୋଜକ ମନୋଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସୁରତ ପଣ୍ଡା, ମିତା ପଣ୍ଡା, ଚନ୍ଦ୍ରିକା ଲାକ୍ରା, ରଶ୍ମୀବାଳା ମିଶ୍ରଙ୍କ ସହ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *