ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକରେ କଚୁଆ ପୋଲ ଦେଇ ଭୁଟଭୁଟି ରିକ୍ସାରେ ଗୋ ଚାଲାଣ


ବାଲିଆପାଳ,ତା ୪ । ୧୦ – ସରକାର ଗୋ ଚାଲାଣ ଉପରେ କଟକଣା ଜାରି କରିଥିଲେ ମଧ୍ୟ ଗୋ ତସ୍କର ମାନେ ବିଭିନ୍ନ ପ୍ରକାର ଉପାୟ ଆପଣେଇ ଅଧିକ ମାତ୍ରା ରେ ଗଳା ବାଟ ଦେଇ ଗୋ ଚାଲାଣ କରୁଛନ୍ତି । ଶୁକ୍ରବାର ପୂର୍ବାହ୍ନ ରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକରେ କଚୁଆ ପୋଲ ଦେଇ ତିନୋଟି ଗୋରୁକୁ ଭୁଟଭୁଟି ରିକ୍ସାରେ ନିର୍ମମ ଭାବେ ଦଉଡ଼ିରେ ବାନ୍ଧି କଳା ପଲିଥନ ଘୋଡାଇ ପଶ୍ଚିମ ବଙ୍ଗକୁ ଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳ କର୍ମୀମାନେ ଥାନାକୁ ଖବର ଦେଇଥିଲେ| ଖବର ପାଇ ଥାନା ଅଧିକାରୀ ବ୍ରହ୍ମାନନ୍ଦ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ୩ଟି ଗୋରୁକୁ ଉଦ୍ଧାର କରିବା ସହିତ ଗୋଟିଏ ଭୁଟଭୁଟି ରିକ୍ସା ସହିତ ଜଣେ ଚାଳକ ଓ ଜଣେ ହେଲପରକୁ ଥାନରେ ଅଟକ ରଖୁଛନ୍ତି। ତେବେ ଗୋଶାଳା ସହିତ ଯୋଗାଯୋଗ କରାଯାଇ ୩ଟି ଗୋରୁ କୁ ଗୋ ଶାଳାକୁ ପଠାଇ ଦିଆଯିବ ଏବଂ ଚାଲାଣରେ ସମ୍ପୃକ୍ତ ଥ‌ିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *