ରାଇଘର ସଦମହକୁମା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସବ

ରାଇଘର: ନବରଂଗପୁର ଜିଲ୍ଲା ରାଇଘର ସଦମହକୁମା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଭାରତୀୟ ସଂସ୍କୃତି ଆଧାରରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗୁଡିକରେ ବିଭିନ୍ନ ପର୍ବ ପର୍ବାଣି ପାଳିତ ହେଉଥିବାବେଳେ ସ୍ଥାନୀୟ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷକ ଶରତ ବାରିକ ସମ୍ମାନନୀୟ ଅତିଥି ଭାବେ ଶ୍ରି ହର୍ଷ ମହାପାତ୍ର ଯୋଗା ଦେଇ ଥିଲେ । ତାସହ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସଂଶୃତିକ କର୍ଯ୍ୟକର୍ମ । ଅନୁଷ୍ଟିତ ହୋଇଥିଲା ।ଅନୁଷ୍ଠାନର ଗୁରୁଜୀ ଗୁରୁମା ପରିଚାଳନା କରିଥିବା ସହିତ ପ୍ରଧାନ ଆଚାର୍ଯ୍ୟ ମାନସିଂ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ଛାତ୍ର ଛାତ୍ରୀ, ଶିଶୁ ବିଦ୍ୟା ମନ୍ଦିର ର ସଭାପତି କୈଳାଶ ଚନ୍ଦ୍ର ମହାରଣା, ଙ୍କ ସମେତ ବିଦ୍ୟାଳୟ ର କମିଟି ସଦସ୍ୟ ତଥା ବିଦ୍ୟାଳୟ ର ଗୁରୁଜୀ, ଗୁରୁମା ଓ ଅଭିଭାବକମାନେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *