ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜନ୍ମାଷ୍ଟମୀ

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ହର୍ଷ ଉଲ୍ଲାସରେ ରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ପ୍ରଧାନ ଗୁରୁଜୀ ସରୋଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସଭାପତି ଫକୀର ମୋହନ ସାହୁ, ସମ୍ମାନିତ ଅତିଥି ଭାବେ ସମ୍ପାଦକ ଏକଲବ୍ୟ ଚୌଧୁରୀ, ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ସାହୁ ଯୋଗ ଦେଇ ଶ୍ରୀକୃଷ୍ଣଙ୍କ ଫଟୋ ଆଗରେ ପୂଜାର୍ଚ୍ଚନା କରିଥିଲେ । କୁନି କୁନି ଛାତ୍ରଛାତ୍ରୀମାନେ ରାଧା,କୃଷ୍ଣଙ୍କ ଭେଶରେ ସୁସଜ୍ଜିତ ହୋଇ ବିଦ୍ୟାଳୟକୁ ଆସିଥିଲା ବେଳେ ବିଦ୍ୟାଳୟରେ ପୂଜା ସାରି ସମୂହ ଏକ ଲମ୍ବା ଧାଡିରେ ଘଣ୍ଟ ଘଣ୍ଟା ଶବ୍ଦରେ ବାହାରି ବିଭିନ୍ନ ମନ୍ଦିରକୁ ଜାଇ ପୂଜାର୍ଚ୍ଚନା କରି ଫେରି ଆସିଥିଲେ ।ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *