ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

କେନ୍ଦୁଝର: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରଫେସର ସୁନିଲ କୁମାର ରଥ, ସଂପାଦକ ସୁଧାଂଶୁ ଶେଖର ପଣ୍ଡା, କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ୍, ମୁଖ୍ୟବକ୍ତା ଭାବରେ କରଞ୍ଜିଆ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଓଡିଆ ପ୍ରଧ୍ୟାପକ ତଥା ବିଶିଷ୍ଟ ପାଲାଗାୟକ ଡକ୍ତର ଧୀରେନ୍ ମହାନ୍ତି ଉପସ୍ଥିତ ରହି ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ବିଦ୍ୟାମନ୍ଦିର ପର୍ଯ୍ୟାୟ ପ୍ରମୁଖ ଦେବାଶିଷ ସାମଲ ଅତିଥିଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିଶୁବାଟିକା ବିଭାଗର ଶିଶୁମାନଙ୍କ ମଧ୍ୟରେ କୃଷ୍ଣବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃଷ୍ଣବେଶ ଧାରି ଶିଶୁମାନଙ୍କ ଦ୍ୱାରା ନଗର ପରିକ୍ରମା, ଦହି ହାଣ୍ଡି ଭଙ୍ଗା ତଥା ବିଭିନ୍ନ କୁଞ୍ଜରେ ଅଭିନୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମ ଶ୍ରାମଦ୍ ଭାଗବତ ପଠନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୫୩ଜଣ ଶିଶୁ ଭାଇଭଉଣୀ କୃଷ୍ଣ ବେଶ ପ୍ରତିଯୋଗିତାରେ ଭାଗ ନେଇଥିଲେ ଓ ସମସ୍ତ ଶିଶୁ ଭାଇଭଉଣୀଙ୍କୁ ଶେଷରେ ପୁରସ୍କାର ଦିଆଯାଇଥିଲା । ସଭା ଶେଷରେ ବିଦ୍ୟାଳୟ ସଂପାଦକ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିଶୁବାଟିକା ପ୍ରମୁଖ ବିଜୟିନୀ ଦେବୀ, ପ୍ରଦୀପ ଦାସ, ବିରଞ୍ଚô ମହାନ୍ତ, ସୁଜାତା ମିଶ୍ର, ଜ୍ୟୋତିରାଣୀ ପଣ୍ଡା, ମୌସୁମୀ ରାଉତରାୟ, ପୁଷ୍ପାଞ୍ଜଳି ସାହୁ, ଆରତୀ ସାହୁ ଓ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *