ରାୟପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ଫୁଲନଖରା : କୁରାଙ୍କ ପ୍ରଧାନ ପଞ୍ଚାୟତ ଅନ୍ତର୍ଗତ ରାୟପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଛି । ବିଦ୍ୟାଳୟର ପିଲାମାନେ ପୂଜାର୍ଚ୍ଚନା କଲାପରେ ରାଧାକୃଷ୍ଣ ବେଶଧରି ଶୋଭାଯାତ୍ରାରେ ଆସି ବ୍ରାହ୍ମଣଝରିଲୋସ୍ଥିତ ଗୋପାଳଜୀଉ ମନ୍ଦିର ନିକଟରେ ପହଞ୍ଚôଥିଲେ । ସେଠାରେ ପୂଜାର୍ଚ୍ଚନା କଲାପରେ ପିଲାମାନଙ୍କ ଦ୍ୱାରା ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ଦାସ ସମସ୍ତ ଗୁରୁଜୀ, ଗୁରୁମା, ମନ୍ଦିର ପରିଚାଳନା କମିଟିର ରମେଶଚନ୍ଦ୍ର ମହାନ୍ତି, ବିଜୟ କୁମାର ମହାନ୍ତି, ବାବାଜିଚରଣ ମହାନ୍ତି, ରାକେଶ କୁମାର ମହାନ୍ତି, ଜୀବନ କୁମାର ମହାନ୍ତି, ଅରୁଣ କୁମାର ମହାନ୍ତି, ଅଜୟ କାନୁନଗୋ, ଅମୂଲ୍ୟ ମହାନ୍ତି, ଅଶ୍ୱିନୀ କାନୁନ୍ଗୋ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୌରଭ ମହାନ୍ତି, ଅତନୁ କାନୁନଗୋ, ରଞ୍ଜିତ ମହାନ୍ତି, ସ୍ୱତ୍ତିକ ମହାନ୍ତି, ବିଶ୍ୱଜିତ ବିଶ୍ୱାସ ମହାନ୍ତି ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *