ମାଲକାନଗିରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ମାଲକାନଗିରି : ମାଲକାନଗିରି ସଦର ମହକୁମାସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ପାରମ୍ପରିକ ରୀତିରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଶୁ ଓ ବାଲ୍ ବର୍ଗର ବିଭିନ୍ନ ବେଶ ପୋଷାକରେ ସଜ୍ଜିତ ହୋଇ ରାଧା ଓ କୃଷ୍ଣ ବେଶରେ ଭୂଷିତ ଭାଇଭଉଣୀମାନଙ୍କୁ ଗୁରମା, ଅଭିଭାବିକା ଓ ଗୁରୁଜୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଶୋଭାଯାତ୍ରାରେ ନିଆଯାଇଥିଲା । ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ଭଜନ କୀର୍ତ୍ତନ କରାଯାଇ ବିଶ୍ୱର ମଙ୍ଗଳ କାମନା କରି ଶାନ୍ତି ପ୍ରାର୍ଥନା କରାଯାଇଥିଲା । ବିଦ୍ୟାଳୟ ପରିସର ମଧ୍ୟରେ ଗୋପାଳ ବେଶରେ ସଜ୍ଜିତ ଭାଇମାନଙ୍କ ଦ୍ୱାରା ଦଧିଭାଣ୍ଡ ଭଗ୍ନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନ କମିଟିରସଭାପତି ରବୀନ୍ଦ୍ର କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟଅତିଥି ଭାବେ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ସନ୍ଦୀପ ଦାସ ଯୋଗ ଦେଇଥିବା ବେଳେ ପରିଚାଳନା କମିଟିର ସହ ସମ୍ପାଦକ ସୋମନାଥ ପୃଷ୍ଠି, କୋଷାଧ୍ୟକ୍ଷ ଅକ୍ଷୟ କୁମାରସ୍ୱାଇଁ, ପୂର୍ବତନ ସଭାପତି ଦିବାକର ପାଳ, ଶ୍ରୀ ଲେଙ୍କା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାମାନେ ଯୋଗଦାନ କରି କାର୍ଯକ୍ରମକୁ ସୂଚାରୁରୂପେ ସମ୍ପାଦନ କରିଥିଲେ । ନ୍ତ୍ର କାକଟପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କାକଟପୁର (ଭାସ୍କର ନୁ୍ୟଜ୍): କାକଟପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ପାଲା ଜଗତର ଗାୟକ ଶିରୋମଣୀ ପଣ୍ଡିତ ବନବିହାରୀ ଗ୍ରହାଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଶିଶୁ ବିଦ୍ୟାମନ୍ଦିର ସଭାପତି ପ୍ରମୋଦ କିଶୋର ପୃଷ୍ଟିଙ୍କ ସଭାପତିତ୍ୱରେ ଏହି ଉତ୍ସବରେ ୫୦ରୁ ଊଦ୍ଧ୍ୱର୍ କୁନି କୁନି ଛାତ୍ରଛାତ୍ରୀ ରାଧା ଓ କୃଷ୍ଣ ବେଶରେ ସଜ୍ଜିତ ହୋଇଥିଲେ । ରାଧାକୃଷ୍ଣଙ୍କ ଉପରେ ଆଧାରିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଚାରକ ଭାବେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ନିରଞ୍ଜନ ପାଲଟା ଯୋଗ ଦେଇଥିଲେ । ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ତନ୍ମୟ କୁମାର ପାତ୍ର, ସହପ୍ରଧାନ ଆଚାର୍ଯ୍ୟା ଜୟନ୍ତୀବାଳା ନନ୍ଦ, ଅନ୍ନଦା କୁମାର ବେହେରା, ପ୍ରଦୀପ ପ୍ରଧାନ ସମସ୍ତ ଗୁରୁଜୀ ଗୁରୁମା ଉତ୍ସବକୁ ପରିଚାଳନା କରିଥିଲେ । ଶେଷରେ ବରିଷ୍ଠ ଆଚାର୍ଯ୍ୟ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *