କେନ୍ଦୁଝର ବିଶ୍ୱହିନ୍ଦୁ ପରିଷଦ ତରଫରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳିତ


କେନ୍ଦୁଝର : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ସହିତ ବିଶ୍ୱହିନ୍ଦୁ ପରିଷଦର ସ୍ଥାପନା ଦିବସ ପାଳନ ଉପଲକ୍ଷେ ସୋମବାର ଦିନ କେନ୍ଦୁଝର ମାଇନିଂ ରୋଡ଼ସ୍ଥିତ ଶ୍ରୀରାମ ମନ୍ଦିର ପରିସରରୁ ଏକ ବିଶାଳ ଶୋଭାଯାତ୍ରା ସହ ନଗର ପରିକ୍ରମା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଶତାଧିକ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ । ଅନେକ ଶିଶୁ କୃଷ୍ଣ ବେଶରେ ସଜେଇ ହୋଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା କେନ୍ଦୁଝର ମାଇନିଂ ରୋଡ଼ , ନିଉ କଲୋନୀ, ପବିତ୍ରଡିହା, ଧୋବାଡ଼ିହା, ସିରାଜୁଦିନ ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ , ଥାନା ଛକ ଦେଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ ଥିଲେ । ଏହି ଉପଲକ୍ଷେ କେନ୍ଦୁଝର ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ସଭାଗୃହରେ ବିଶ୍ୱହିନ୍ଦୁ ପରିଷଦର କେନ୍ଦୁଝରର ସଭାପତି ତୁଷାର ସାମନ୍ତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ପୂଜା ଓ ଶ୍ଳୋକ ପାଠ ସହ ସଭା ଆରମ୍ଭ କରାଯାଇଥିଲା । ବିଶ୍ୱ ହିନ୍ଦୁ ପରିଷଦର ସ୍ଥାପନା ଦିବସ ପାଳନ ଉପଲକ୍ଷେ କେନ୍ଦୁଝର ଜିଲ୍ଲା ପୂର୍ବକ୍ଷେତ୍ର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଡକ୍ଟର ସନ୍ଥ ଶ୍ରୁତି ସାଗର ଜୀ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରାନ୍ତ ଉପସଭାପତି ପ୍ରଶାନ୍ତ କୁମାର ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଜିଲା ସମ୍ପାଦକ ସ୍ୱପ୍ନେଶ୍ୱର ସାହୁ, ପ୍ରାନ୍ତ ବିଶେଷ ସମ୍ପର୍କ ପ୍ରମୁଖ ମଦନ ମୋହନ ଦ୍ୱିବେଦୀ ଓ ଚତୁର୍ଭୁଜ ହୋତା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହିନ୍ଦୁ ସମାଜ ପ୍ରତି ଅବଦାନ ଓ ତାଙ୍କର ତ୍ୟାଗପୂର୍ଣ୍ଣ ବଳିଦାନ ଉପରେ ସନ୍ଥ ସ୍ୱାମୀ ଶ୍ରୁତି ସାଗର ଜୀ ମହାରାଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାସହିତ ହିନ୍ଦୁ ଭାଇଭଉଣୀମାନଙ୍କୁ ଏକତ୍ରିତ ହୋଇ ଦେଶ ଗଠନରେ ବଳିଷ୍ଠ ଯୋଗଦାନ ପାଇଁ ସେ କାୟ ମନ ବାକ୍ୟରେ ଜାଗ୍ରତ ହୋଇ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରାନ୍ତୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ସମସ୍ତ ହିନ୍ଦୁ ଭାଇଭଉଣୀ ଶ୍ରୀକୃଷ୍ଣଙ୍କ ବଦିତ ଗୀତାର ଅମୂଲ୍ୟ ବାଣୀ ଉପରେ ଏକନିଷ୍ଠ ହୋଇ କାର୍ଯ୍ୟ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ନଗର ସମ୍ପାଦକ ସୁବ୍ରତ ମହାନ୍ତି, ଜିଲ୍ଲା ସହସମ୍ପାଦକ କେଦାର ନାଥ ଦାଶ, ଜିଲ୍ଲା ସାମାଜିକ ସମରସତ୍ତା କେନ୍ଦୁଝର ନୀଳମଣି ସାହୁ, ବନବାସୀ କଲ୍ୟାଣ ଆଶ୍ରମର ସଂଯୋଜକ ବିରବର ସେଠୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଜିଲା ସହ ବୌଦ୍ଧିକ ପ୍ରମୁଖ ଅକ୍ଷୟ କୁମାର ଜେନା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲା ବିଭାଗ ପ୍ରଚାରକ ତପନ କୁମାରନାୟକ, ମିଡିଆ ସଂଯୋଜକ ସତ୍ୟଜିତ ସାମନ୍ତରାୟ, ମହେନ୍ଦ୍ର କୁମାର ସାହୁ, ଡାକ୍ତର ମହାନ୍ତ, ଦୁର୍ଯେ୍ୟାଧନ ମହାନ୍ତ, ବରିଷ୍ଠ ସ୍ୱୟଂସେବକ ଦେବରାଜ ଆଚାର୍ଯ୍ୟ, ଏକଲ ପ୍ରକଳ୍ପର କାର୍ଯ୍ୟକାର୍ତ୍ତା ପଦ୍ମିନୀ ମହାନ୍ତ, ସସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *