ଶଙ୍ଖଚିଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ଯାଜପୁର- ସର୍ବପ୍ରଥମେ ପ୍ରଧାନ ଆଚର୍ଯା ଶ୍ରୀମତୀ ରୀନା ବାଳା ବେହେରାଙ୍କ ଦ୍ୱାରା ବାଳଗୋପାଳଙ୍କର ପୂଜନ ପରେ ବିଭିନ୍ନ ବେଶରେ ସଜ୍ଜିତ ହୋଇଥିବା ୨୦୦ ରାଧାକୃଷ୍ଣ ଓ ଗୋପ ଗୋପୀଙ୍କର ମା ହିଙ୍ଗୁଳାଙ୍କ ଠାରୁ ନଗର ଭ୍ରମଣ କରାଯାଇ ବିଦ୍ୟାଳୟ ପରିସରକୁ ଆସିଥିଲେ । ସେଠାରେ ସେମାଙ୍କୁ ବନ୍ଦାପନା ଓ ପୂଜନ କରାଯିବାପରେ ସରଳବଣୀ ଖୁଆ ଯାଇଥିଲା । ଏହାପରେ ଗୋପ ଗୋପୀଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ଓ ବାଡ଼ି ଖେଳ ପରେ ବହୁ ଚର୍ଚ୍ଚିତ ଦହିହାଣ୍ଡି ଶ୍ରୀକୃଷ୍ଣଙ୍କ ଦ୍ୱାରା ଭାଙ୍ଗ କରାଯାଇ ଥିଲା । ଆଜିର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ଶିବ ଚରଣ ପଣ୍ଡା ଉପସ୍ଥିତ ହୋଇ ଆଜି ଦିନର ମହତ୍ୱ ସମ୍ପର୍କରେ କଥା ରଖିଥିଲେ । ଏହି ଉତ୍ସବରେ ସଭାପତି ଶ୍ରୀଯୁକ୍ତ ରଘୁନାଥ ବେହେରା, ସମ୍ପାଦକ ଶ୍ରୀ ବିଦ୍ୟାଧର ସାହୁ ଉପସଭାପତି ପ୍ରଦୀପ କୁ ରାଉତରାୟ, କୋଷାଧ୍ୟକ ଦେବାଶିଷ ବେହେରା ସହ ସମ୍ପାଦକ ଆର୍ଯ୍ୟ ବିଭାସ କୁମାର, ଗୁରୁଜୀ ନାରାୟଣ ପାଣିଗ୍ରାହୀ, ଗୁରୁମା ଅନୁପମା ସାହୁ, ରଶ୍ମି ରଞ୍ଜନ ପଣ୍ଡା, ସୁଶାନ୍ତି ପାଢ଼ୀ, ପ୍ରଗତି ମଞ୍ଜରୀ ସାହୁ, ଲୋପାମୁଦ୍ରା ଦିଗଦର୍ଶନୀ, ସୋନାଲି ସାହୁ, ମମତା ଦାସ, ପୁଷ୍ପଲତା ସାହୁ, ଅନୀତା ସାହୁ ମମତା ପାଣୀ, କେତକୀ ପୃଷ୍ଟି ପ୍ରଶାନ୍ତ ପ୍ରହରାଜ ଗୀତାଞ୍ଜଳି ପଥାଳ, ସୁଲୋଚନା ପ୍ରଧାନ ସ୍ୱର୍ଣ୍ଣଲତା ସାହୁ, ରାକେଶ ନାୟକ ପ୍ରଜ୍ଞାପାରମିତା ସେଠି ଲକି ତ୍ରିପାଠୀ, ମହେଶ୍ୱର ସାହୁ , ବିଦ୍ୟାଧର ସାହୁ, ସନ୍ତୋଷିନୀ ପୁରୀ, ଗଣେଶ ବେହେରା ପ୍ରତିମା ସାହୁ, ଦିପ୍ତିମୟୀ ସାହୁ, ସସ୍ମିତା ପଣ୍ଡା, ଶୁଭଲଷ୍ମୀ ସାହୁ, ନନ୍ଦିନୀ ସାହୁ, ଶକୁନ୍ତଳା ବେହେରା ଅଶୋକ ବେହେରା, ଲିପିକା ସାହୁ ଶାକ୍ତୀ ଦଳେଇ ସେବିକା ତିଳୋତ୍ତମା ପାଲ, ମଞ୍ଜୁ ସାମଲ ଇତ୍ୟାଦି ସମସ୍ତେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *