ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ

ଜଳେଶ୍ୱର : ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଉପଲକ୍ଷେ ଛୋଟ ଛୋଟ ଶିଶୁ ମାନଙ୍କ ମଧ୍ୟରେ କୃଷ୍ଣବେଶ ଓ ରାଧାବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ୍ୱ ଶିଶୁ ଅଂଶ ଗ୍ରହଣ କରିଥିଲେ ।ମୁଖ୍ୟ ଅତିଥି ଭାବେ ମାୟାପୁର ସ୍ଥିତ ଇସ୍କନ ପରିବାର ରୁ ଆସିଥିବା ସାଧୁ ମୋହନ ହରିପ୍ରଭୁ ଯୋଗ ଦେଇଥିଲେ ।କୃଷ୍ନବେଶ ପ୍ରତିଯୋଗିତା ପାଇଁ ତିନି ଜଣ ବିଚାରକ ମଣ୍ଡଳୀ ଉପସ୍ଥିତ ରହି ଅନୁଧ୍ୟାନ କରିଥିଲେ । ନିର୍ଣ୍ଣାୟିକା ଭାବରେ ଶ୍ରୀମତୀ ପ୍ରଣତି ଜାନା, ପ୍ରାକ୍ତନ ଅଧ୍ୟାପିକା ଶ୍ରୀମତୀ ଇଣ୍ଡୁମତି ଗିରି ଓ ସସ୍ମିତା ସିଟ ଉପସ୍ଥିତ ହୋଇଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଧା ରଞ୍ଜନ ବାଗ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ତାଙ୍କର ମାର୍ଗଦର୍ଶନ କରିଥିବା ବେଳେ ଭଜନ କୀର୍ତ୍ତନ ହୋଇଥିଲା । ସମସ୍ତ ଗୁରୁଜୀ, ଗରୁମା କାର୍ଯ୍ୟକ୍ରମରେ ଯୋଗଦେଇ ସୁଚାରୁରୂପେ ସଞ୍ଚାଳନ କରିଥିଲେ ।ଶେଷରେ ରଣଜିତ ଗୁରୁଜୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *