କାମାକ୍ଷାନଗର ଓ କଙ୍କଡ଼ାହାଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ


କାମାକ୍ଷାନଗର: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । କୁନିକୁନି ଛାତ୍ରଛାତ୍ରୀମାନେ ରାଧା କୃଷ୍ଣ ବେଶରେ ସଜିତ ହୋଇ ବିଦ୍ୟାମନ୍ଦିରକୁ ଆସିଥିଲେ । କୃଷ୍ଣ ଯେପରି ଲହୁଣି ଖାଉଥିଲେ, ରାଧାକୃଷ୍ଣ ଦୋଳିରେ ଝୁଲିଥିଲେ, ଗୋପପୁର ବାସୀମାନେ ଲଉଡି ନୃତ୍ୟ ଖେଳୁଥିଲେ ସେପରି ଭାବରେ କରାଯାଇଥିଲା । ସାଙ୍ଗମାନଙ୍କ ସହ ଦଧିହାଣ୍ଡି ରୁ ଦଧିଖାଇସାରି ହାଣ୍ଡି ଭାଙ୍ଗିଥିଲେ । ଏଭଳି ମାହୋଲ ଭିତରେ କୃଷ୍ଣ ଙ୍କଚରିତ୍ର ସହ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମ·ରୀ ଓ ବିଦ୍ୟାଳୟ ପରି·ଳନା କମିଟି ସାମିଲ ଥିଲେ । ଉକ୍ତକାଯ୍ୟକ୍ରମରେ ବିଦ୍ୟାମନ୍ଦିରର ପ୍ରଧାନ ଆ·ଯ୍ୟ ବିପ୍ର ଚରଣ ଦାଶ୍, ପରି·ଳନା ସଭାପତି ସଞ୍ଜୟ କୁମାର ମିଶ୍ର, ସମ୍ପାଦକ ଶ୍ରୀକାନ୍ତକୁମାର ସ୍ୱାଇଁ ପ୍ରମୁଖ ବିଦ୍ୟାମନ୍ଦିରର ଗୁରୁଜୀ କାଳନ୍ଦୀ ଚରଣ ବିଶ୍ୱାଳ କାମାକ୍ଷା ପ୍ରସାଦ ସାହୁ, ପ୍ୟାରୀମୋହନ ଦାସ, ଗୁରୁମା ସ୍ନେହମୟୀ ପ୍ରଧାନ ସହଯୋଗ କରିଥିବାବେଳେ ଗୁରୁମା ଭବାନୀ କୁମାରୀ ପାଳ କୃଷ୍ଣ ଗାଥା, କୃଷ୍ଣ ଚରିତ୍ର, କାହାଣୀ ବିଷୟରେ ଉପସ୍ଥାପନ କରିଥିଲେ । ସେହିଭଳି ସରସ୍ୱତୀ ଶିଶୁ ମନ୍ଦିର ଚଟକାପଶି ଏବଂ ସକଙ୍କଡ଼ାହାଡ଼ ସରସ୍ୱତୀ ବିଦ୍ୟାମନ୍ଦିରରେ କୁନିକୁନି ଛାତ୍ରଛାତ୍ରୀ ମାନେ ସୁନ୍ଦର ଭାବେ ରାଧା କୃଷ୍ଣ ବେଶହୋଇ ବିଦ୍ୟାମନ୍ଦିରକୁ ଆସିଥିଲେ । ପ୍ରଧାନ ଆ·ର୍ଯ୍ୟ ଓ ଅନ୍ୟ ଗୁରୁଜି ଗୁରୁମା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *