ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ

ପାରଳାଖେମୁଣ୍ଡି: ସମଗ୍ର ଦେଶରେ ୨୫ତମ କାର୍ଗିଲ ବିଜୟ ଦିବସ ପାଳିତ ହେଉଛି । ଏହି ଅବସରରେ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହରର ରାଜନହର ଛକରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳନ ହୋଇଛି । ଏଥିରେ ବିଶ୍ୱ ହିନ୍ଦୁ ପରିଷଦର କୈଳାସ ପଟ୍ଟନାୟକ, ହରିମୋହନ ପଟ୍ଟନାୟକଙ୍କ ସମେତ କ୍ୟାପଟେନ୍ ମଲ୍ଲିକାର୍ଜୁନ ପଟ୍ଟନାୟକ, ସେନାବାହିନୀର ଅବସରପ୍ରାପ୍ତ କର୍ମଚାରୀ ଭବାନୀଶଙ୍କର ଆଚାର୍ଯ୍ୟ, ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ରହି ସହିଦଙ୍କ ସ୍ମୃତିଚାରଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସେହିପରି ଗଜପତି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ରଙ୍କ ନେତୃତ୍ୱରେ କାଶୀନଗରରେ କାର୍ଗିଲ୍ ସହିଦଙ୍କ ଉଦ୍ଦେଶ୍ୟରେ ଶୋଭାଯାତ୍ରା ହୋଇଥିଲା । ଉକ୍ତ ଶୋଭାଯାତ୍ରାରେ ଯୁବଗୋଷ୍ଠୀକୁ ଜାତୀୟ ଭାବନା ସହ ଜାଗୃତ କରିବା ପାଇଁ ସହର ପରିକ୍ରମା କରିଥିଲେ । ଏଥିରେ କାଶୀନଗର ଏନ୍‌ଏସିର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶୋଭାଯାତ୍ରାରେ ସ୍ଲୋଗାନରେ ପରିବେଶ ପ୍ରକମ୍ପିତ ହୋଇଥିଲା । ଏଥିରେ ପୂର୍ବତନ ସେନା କର୍ମଚାରୀ ପି. ରାବଣେୟା ଯୋଗଦେଇ । ଦେଶ ପାଇଁ ସହିଦ ହୋଇଥିବା ଅମର ଯବାନଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ. ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍‌ଯରେ ଜିଲ୍ଲା ବିଜେପି ଉପସଭାପତି ବିଭୂତିଭୂଷଣ ବେହେରା, ଜିଲ୍ଲା ବିଜେପି ଉପସଭାପତି ଜଗନ୍ନାଥ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପି, ପ୍ରଶାନ୍ତ, କାଶୀନଗର ଣ୍ଡଳ ସଭାପତି ଭି. ଚଳପତଙ୍କ ସହ ଦଳର ଅନ୍ୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *