Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୁମ୍ବାଇ ଆକ୍ରମଣର ଅଭିଯୁକ୍ତକୁ ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇ ପାରିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୁମ୍ବାଇ ଆକ୍ରମଣର ଅଭିଯୁକ୍ତକୁ ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇ ପାରିବ

ନୂଆଦିଲ୍ଲୀ: ମୁମ୍ବାଇରେ ୨୦୦୮ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବ୍ୱୁର ରାଣାକୁ ଆମେରିକା-ଭାରତ ପ୍ରତ୍ୟର୍ପଣ ବୁଝାମଣା ଜରିଆରେ ଭାରତକୁ ପଠାଯାଇପାରିବ । ଆମେରିକାର ଆଟର୍ଣ୍ଣି କୋର୍ଟରେ ଏହି କଥା କହିଛନ୍ତି । ତହବ୍ୱୁର ରାଣା ଆମେରିକା ଡିଷ୍ଟ୍ରିକ୍ଟ କୋର୍ଟଙ୍କ ରାୟକୁ ଯେଉଁ କୋର୍ଟରେ ଚ୍ୟାଲେଞ୍ଜ କରିଛି ସେହି କୋର୍ଟରେ ଆଟର୍ଣ୍ଣି ବ୍ରାମ ଆଲ୍ଡନ ନିଜର ଶେଷ ଯୁକ୍ତି ରଖିଛନ୍ତି । ପାକିସ୍ତାନ ବଂଶୋଦ୍ଭବ ଏବଂ କାନାଡାର ବ୍ୟବସାୟୀ ତହବ୍ୱୁର ରାଣା କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନ ଦାୟର କରିଥିଲା । ମୁମ୍ବାଇ ଆକ୍ରମଣ ଅଭିଯୁକ୍ତକୁ ଭାରତ ଫେରାଇବା ଲାଗି ଆମେରିକା ସରକାରଙ୍କ ଅପିଲକୁ କୋର୍ଟ ଗ୍ରହଣ କରିନେଇଥିଲେ । ତାପରେ ରାଣା ୨୦୨୩ ଅକ୍ଟୋବର ମାସରେ ନାଇନ୍ଥ ସର୍କିଟ କୋର୍ଟରେ ଡିଷ୍ଟ୍ରିକ୍ଟ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲା । ଆଜି ଏହି କୋର୍ଟରେ ଆମେରିକାର ସହକାରୀ ଆଟର୍ଣ୍ଣି ବ୍ରାମ ଆଲ୍ଡନ ନିଜ ଯୁକ୍ତିରେ ରାଣାର ପ୍ରତ୍ୟର୍ପଣ ଉପରେ କହିଛନ୍ତି । ଭାରତ-ଆମେରିକା ପ୍ରତ୍ୟର୍ପଣ ସନ୍ଧିକୁ ନେଇ ଆଲ୍ଡନ କହିଛନ୍ତି, ‘ସନ୍ଧି ଜରିଆରେ ରାଣାକୁ ଭାରତ ପ୍ରତ୍ରର୍ପଣ କରାଯାଇପାରିବ । ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ରାଣା ବିରୋଧରେ ମକଦ୍ଦମା ଚଳାଇବା ଲାଗି ଭାରତ ପ୍ରର୍ଯ୍ୟାପ୍ତ କାରଣ ଦେଇ ସାରିଛି । ଯେଉଁ ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩୯ ଜଣ ଆହତ ହୋଇଥିଲେ ।’ତହବ୍ୱୁର ରାଣା ଏବେ ଲସ୍ ଏଞ୍ଜେଲସ୍‌ର ଜେଲ୍‌ରେ ଅଛି । ମୁମ୍ବାଇ ଆକ୍ରମଣରେ ସଂପୃକ୍ତି ନେଇ ଅଭିଯୋଗର ସାମ୍ନା କରୁଛି । ସେ ପାକିସ୍ତାନ-ଆମେରିକା ଆତଙ୍କବାଦୀ ଡେଭିଡ୍ କୋଲମ୍ୟାନ୍ ହେଡଲେର ସହଯୋଗୀ ବୋଲି ମଧ୍ୟ କୁହାଯାଉଛି । ଯିଏକି ୨୬/୧୧ ଆତଙ୍କବାଦୀ ଆକ୍ରମଣ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଅନ୍ୟତମ । ସେପଟେ ରାଣାର ଓକିଲ କହିଥିଲେ ଯେ, ସମ୍ଭାବ୍ୟ କାରଣକୁ ସମର୍ଥନ କରିବା ଉଚିତ ପ୍ରମାଣ ନୁହେଁ । ଆଲ୍ଡନ କହିଛନ୍ତି, ସମ୍ଭାବ୍ୟ କାରଣକୁ ବିଶ୍ୱାସ କରିବା ଲାଗି ପ୍ରର୍ଯ୍ୟାପ୍ତ ପ୍ରମାଣ ରହିଛି । ୨୦୦୬ ଏବଂ ୨୦୦୮ ମଧ୍ୟରେ ଭାରତରେ କଣ ହେବାର ଥିଲା ସେନେଇ ରାଣା ଜାଣିଥିଲା । ସେ ଆହୁରି କହିଛନ୍ତି, ରାଣା ବହୁବାର ଡେଭିଡ ହେଡଲେକୁ ସାକ୍ଷାତ କରିଛି । ଏମିତି ଅନେକ ଡକ୍ୟୁମେଣ୍ଟ ରହିଛି ଯାହା ହେଡଲେର ସାକ୍ଷି ଭାବରେ ଗ୍ରହଣ କରାଯାଇପାରିବ । ଏଥିରେ ନକଲି ଭିସା ଆବେଦନ ମଧ୍ୟ ସାମିଲ ରହିଛି । ଅନ୍ୟପଟେ ରାଣା ପାକିସ୍ତାନର ହାସନ ଅବଦାଲ କ୍ୟାଡେଟ ସ୍କୁଲରେ ପଢ଼ୁଥିଲା । ହେଡଲେ ମଧ୍ୟ ସେଠାରେ ୫ ବର୍ଷ ପଢ଼ିଛି । ପଢ଼ା ଶେଷ କରିବା ପରେ ରାଣା ପାକିସ୍ତାନ ସେନାରେ ଡାକ୍ତର ହୋଇଥିଲା । ପରେ କାନାଡା ଚାଲିଯାଇଥିଲା ରାଣା । ଧିରେ ଧିରେ ସେଠାରେ ତାକୁ ନାଗରିକତା ମିଳିଯାଇଥିଲା । ପରବର୍ତ୍ତୀ ସମୟରେ ଆମେରିକାର ଚିକାଗୋରେ ରାଣା ଏକ କନସଲଟାନ୍ସି ଫାର୍ମ ଖୋଲିଥିଲା । ଏହି ଫାର୍ମ ଇମିଗ୍ରେସନ୍ ସେବା ଯୋଗାଉଥିଲା । ଏହି କମ୍ପାନି ହେଡଲେକୁ ଭିସା ଦେବାରେ ପ୍ରମୁଖ ଭୂମିକା ନେଇଥିଲା ।ହେଡେଲେ ଜଣେ ଆମେରିକୀୟ ଆତଙ୍କବାଦୀ ଏବଂ ପାକିସ୍ତାନ ଆସି ଲସ୍କର-ଏ ତୋଇବା ଠାରୁ ପ୍ରିଶିକ୍ଷଣ ନେଉଥିବା ଜଣାଯାଏ । ଏବେ ସେ ଆମେରିକାରେ ୩୫ ବର୍ଷର ସଜା କାଟୁଛି । ୨୦୦୮ ମୁମ୍ବାଇ ଆକ୍ରମଣ ପରେ ପରେ ଚିକାଗୋରୁ ୨୦୦୯ରେ ରାଣାକୁ ଗିରଫ କରିଥିଲା ଆମେରିକୀୟ ପୋଲିସ ।

Leave a Reply