Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଶା କ୍ୟାବିନେଟ ବୈଠକରେ ସର୍ବନିମ୍ନ ମଜୁରି ବୃଦ୍ଧି ଉପରେ ସ୍ୱୀକୃତି ଭାରତୀୟ ମଜଦୁର ସଂଘ ପକ୍ଷରୁ ସ୍ୱାଗତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଶା କ୍ୟାବିନେଟ ବୈଠକରେ ସର୍ବନିମ୍ନ ମଜୁରି ବୃଦ୍ଧି ଉପରେ ସ୍ୱୀକୃତି ଭାରତୀୟ ମଜଦୁର ସଂଘ ପକ୍ଷରୁ ସ୍ୱାଗତ

ବଅଁରପାଳ : ବୁଧବାର ଓଡିଶା ସରକାର ଅସଙ୍ଗଠିତ ଭାବେ ରାଜ୍ୟର ବିଭିତ୍ତ ସଂସ୍ଥା ଓ ଘରୋଇ ଭାବେ କାର୍ଯ୍ୟରତ ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି କରିଛନ୍ତି । ଭାରତୀୟ ମଜଦୁର ସଂଘ, ଅନୁଗୋଳ ଶାଖା ଏହାକୁ ସ୍‌ୱାଗତ କରିଛି ୟ ସଂଘ ତରଫରୁ ବିଗତ ଦିନରେ ସର୍ବନିମ୍ନ ମଜୁରି ବୃଦ୍ଧି କୁ ନେଇ, ଜିଲ୍ଲା ସ୍ତରରୁ ବିଧାନସଭା ସ୍ତର ପର୍ଯ୍ୟନ୍ତ ଦୀର୍ଘଦିନ ଧରି ଆନ୍ଦୋଳନ କରିଥିବା ବେଳେ ପୂର୍ବ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଆସୁଥିଲେ । ଶେଷରେ ବିଜେପି ସରକାର ଶାସନ କ୍ଷମତା କୁ ଆସିବା ପରେ, ସରକାର ତାଙ୍କ ଦ୍ୱିତୀୟ କାବିନେଟ ରେ ଉକ୍‌ତ ଦାବି ଉପରେ ମୋହର ଲଗାଇଛନ୍ତି । ଯାହା ଦ୍ୱାରା ରାଜ୍ୟର ୯୨% ଶ୍ରମିକ ଅନ୍ୟୁନ ୩ କୋଟି ୫୦ ଲକ୍ଷରୁ ଅଧିକ ଉପକୃତ ହେବେ । ମଜୁରି ବୃଦ୍ଧି ପାଇଁ ଶ୍ରମିକ ମହଲରେ ଖୁସି ଓ ଆନନ୍ଦ ଭାବନା ଜାଗ୍ରତ ହୋଇଛି । ଅଣକୁଶଳୀ ୩୫୨ ଟଙ୍କାରୁ ୪୫୦ ଅର୍ଧ କୁଶଳୀ ୩୯୨ ଟଙ୍କାରୁ ୫୫୦, କୁଶଳୀ ୪୪୨ ଟଙ୍କାରୁ ୫୫୦, ସେହିପରି ଉଚ୍ଚ କୁଶଳୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର । ଭାରତୀୟ ମଜଦୁର ସଂଘ ଏହି କ୍ୟାବିନେଟ ମଞ୍ଜୁରୀ କୁ ସ୍‌ୱାଗତ କରିବା ସହିତ ଅସଙ୍ଗଠିତ କ୍ଷେତ୍ର ଶ୍ରମିକଙ୍କ ପଞ୍ଜିକରଣ ଓ ଉତ୍ତତି କ୍ଷେତ୍ରରେ ରାଜ୍ୟ ସରକାର ଅଧିକ ଦୃଷ୍ଟି ଦେବାକୁ ଦାବି କରିଛି । ଭାରତୀୟ ମଜଦୂର୍ ସଂଘ ର ରାଜ୍ୟ କୋଷାଧକ୍ଷ ସଞ୍ଜୟ କୁମାର ଦେହୁରୀ, ସଭାପତି ବାଦଲ ମହାରଣା, ସହ ସାଧାରଣ ସମ୍ପାଦକ ସଚ୍ଚିଦାନନ୍ଦ ଗଡନାୟକ୍‌, ଜିଲ୍ଲା ସଭାପତି ପ୍ରଶାନ୍ତ ସାହୁ, ସମ୍ପାଦକ ଅଜୟ ପାଢ଼ୀ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସ୍‌ାଗତ କରିଛନ୍ତି ।

Leave a Reply