ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଶାଖାରେ ୭୬ ତମ ପ୍ରତିଷ୍ଠା ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗୁଣପୁର : ୧୯୪୯ ମସିହାରେ ପ୍ରତିଷ୍ଠା ହୋଇଥିବା ଇଈଠଚ ର ଆଜି ସାରା ଦେଶରେ ୭୬ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ବଂଶଧାରା କଲେଜ ପ୍ରାଙ୍ଗଣରେ ଗୁଣପୁର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ତଥା ବିଦ୍ୟାର୍ଥୀ ପରିଷଦର ନଗର ସଭାପତି ଲକ୍ଷ୍ମୀନାରାୟଣ ମହାଙ୍କୁଡଙ୍କ ତତ୍ୱାବଧାନରେ ପରିଷଦର ପତାକା ଉଚୋାଳନ କରାଯାଇଛି । ନଗର ସଂପାଦକ ସାୟୀପ୍ରସାଦ ପାଣିଗ୍ରାହୀଙ୍କ ଆହ୍ୱାନ କ୍ରମେ ନଗର ସଭାପତି ଲକ୍ଷ୍ମୀନାରାୟଣ ମହାଙ୍କୁଡ ପତାକା ଉଚୋାଳନ କରିଥିବା ବେଳେ ବିଭାଗ ପ୍ରମୁଖ ଉମାଶଙ୍କର ଦାସ ମାର୍ଗଦର୍ଶନ କରିଥିଲେ । ଜିଲ୍ଲା ପ୍ରମୁଖ ଶେଷସାୟୀ ସେନାପତି ପୌରହିତ୍ୟ କରିବା ସହ ଉପସ୍ଥିତ ଶତାଧିକ କଲେଜ ବିଦ୍ୟାର୍ଥୀ ବିଦ୍ୟାର୍ଥୀନୀ କାନ ଖୁଲି କରି ଶୁଣ ସରକାର ପାଠପଢ଼ା ସଙ୍ଗେ କାମ ଦରକାର, ଶିକ୍ଷା ନିମନ୍ତେ ରାଜ୍ୟ ବଜେଟରେ ୧୦ ପ୍ରତିଶତ ଅର୍ଥ ବରାଦ ଦାବି, ରାଜନୀତି କି ପଂଜୋସେ ଶିକ୍ଷା କୋ ଆଜାଦ କରୋ , ଖୁନ୍ ଭି ଦେଙ୍ଗେ ଯାନ ଭି ଦେଙ୍ଗେ ଦେଶ କିମିଟି କଭି ନ ଦେଙ୍ଗେ ଭଳି ଦେଶଭକ୍ତି ସ୍ଲୋଗାନ୍ ମାନ ଦେଇଥିଲେ ଓ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ଜିଲ୍ଲା ପ୍ରମୁଖ ଇନ୍ଦ୍ରାକ୍ଷି ଦାଶ , ସଂଯୋଜକ ବି. ସତୀଶ କୁମାର, ବି. କିରଣ, ଶିବ ପ୍ରସାଦ ଡ଼ାକୁଆ, ଚନ୍ଦ୍ର ଶେଖର ସାହୁ, ଏସ୍‌. ଶିବାଜୀ, ନଗର ଯୁଗ୍ମ ସଂପାଦକ ଦେବାଶିଷ ସେନାପତି, ଇନ୍ଦ୍ରଜିତ ପଣ୍ଡା, ସରସ୍ୱ୍‌ତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ପ୍ରଫୁଲ୍ଲ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ରହି ସଞ୍ଚାଳନ କରିଥିଲେ । ଏହି ଅବସରରେ ସମସ୍ତ କାର୍ଯ୍ୟକର୍ତ୍ତା ଓ ବିଦ୍ୟାର୍ଥୀମାନଙ୍କୁ ନେଇ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ବନବିଭାଗର ଏକ ପେଡ଼ ମା କେ ଲିଏ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ବିଭିତ୍ତ କିସମର ବୃକ୍ଷ ନିମ, ବଉଳ, ଅଁଳା, କରଞ୍ଜ ଓ ବାଦାମ୍ ଭଳି ଅନେକ ବୃକ୍ଷରୋପଣ ବନବିଭାଗ ଅଧିକାରୀ ଗଙ୍ଗାଧର ମିଶ୍ର, ଶିବାନୀ ପାତ୍ର ତଥା ଅନ୍ୟାନ୍ୟ ବନ କର୍ମଚାରୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ କରାଯାଇଥିଲା ।

Leave a Reply

Your email address will not be published. Required fields are marked *