ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

କଟକ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ତୁଳସୀପୁର, କଟକ ପରିସରରେ ରୋଟାରୀ କ୍ଲବ କଟକ ରେଡିଆନର ସଭାପତି ଇନ୍ଦିରା ଶୁଭଦର୍ଶିନୀ ପ୍ରସାଦ, ଉପ-ସଭାପତି ଅରୁଣା ପ୍ରସାଦ, ସମ୍ପାଦକ ବାଣୀ ନିର୍ମାଲ୍ୟ ଦାସ, ସୁଚିତ୍ରା ପ୍ରସାଦ, ଗୀତା ନନ୍ଦ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ମିଶି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଶେଷରେ ବୃକ୍ଷ ପୂଜନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ଷଡଙ୍ଗୀ ବୃକ୍ଷ ରୋପଣ କାର୍ଯ୍ୟରେ ପିଲାମାନଙ୍କୁ ଉତ୍ସାହିତ କରିଥିଲାବେଳେ ଆଚାର୍ଯ୍ୟ ଅଜୟ କୁମାର ଜଟ, ପ୍ରସନ୍ନ କୁମାର ମହାନ୍ତି, ତ୍ରିନାଥ ଜେନା, ମାନସ କୁମାର ସାହୁ, ମାନସ ରଞ୍ଜନ ଦାସ, ସେବକ ସୁରେଶ ସାହୁ ଓ ପ୍ରକାଶ କୁମାର ସ୍ୱାଇଁ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *