Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚାଷୀଙ୍କ ଜନଜାଗରଣ ପଦଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚାଷୀଙ୍କ ଜନଜାଗରଣ ପଦଯାତ୍ରା

ବାରଙ୍ଗ: ବାରଙ୍ଗ ବ୍ଲକ ଅନ୍ତର୍ଗତ ଗୋଡ଼ିସାହି ଠାରେ ସିଦ୍ଧେଶ୍ୱର ଆଞ୍ଚଳିକ ସୁରକ୍ଷା କମିଟି ଓ ମା ମଙ୍ଗଳା ଚାଷୀ ସଂଘର୍ଷ ସମିତିର ମିଳିତ ଆନୁକୂଲ୍ୟରେ ଏକ ଜନ ଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୁଣ୍ଡଳୀ ନରାଜ, ରାମଦାସପୁର ତଥା ଆଖପାଖ ଅଞ୍ଚଳ ର ଶହ ଶହ ସଂଖ୍ୟା ରେ ଚାଷୀ, ବିଭିନ୍ନ ଗ୍ରାମର ମୁରବୀ ଓ ଜନସାଧାରଣ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ ପଦଯାତ୍ରା ଗୋଡ଼ିସାହି ଯାତ୍ରା ପଡିଆରୁ ଆରମ୍ଭ ହୋଇ ବାଙ୍କୀ କଟକ ମୁଖ୍ୟ ରାସ୍ତା ର ଗୋବିନ୍ଦପୁରଛକ ଠାରେ ସମାପ୍ତ ହୋଇଥିଲା ପଦଯାତ୍ରା ର ଶେଷରେ ଗୋବିନ୍ଦ ପୁର ଛକ ନିକଟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସମିତିର ସଭାପତି ଇଂ ଅଭୟ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅଖିଳ ଭାରତୀୟ ସଂଘର୍ଷ ବାହିନୀ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ, ସ୍ୱଦେଶୀ ଜାଗରଣ ମଞ୍ଚ ର କ୍ଷେତ୍ର ସଂଯୋଜକ ଶତ୍ରୁଘ୍ନ ତରାଇ, ଓ ପ୍ରାନ୍ତ ପ୍ରଚାର ପ୍ରମୁଖ ବିଜୟ ରାଉତରାୟ ଅନ୍ୟ ମାନଙ୍କ ମଧ୍ୟରେ ଅମୁଲ୍ୟ କୁମାର ରାଉତ, ସରୋଜ କୁମାର ସାହୁ, ଜୋସ୍ନା ରାଣୀ ସାହୁ, ସାଲୁ ମଣି ଜେନା,ସରୋଜିନୀ ସାହୁ, ଗଙ୍ଗାଧର ପାଇତାଳ , ଶ୍ରୀକାନ୍ତ ଜେନା, ପ୍ରସାନ୍ତ ଜେନା, ଭାଗ୍ୟଧର ଲେଙ୍କା , ଅବଧୂତ ଜେନା , ଅଶ୍ୱିନୀ ସାହୁ, ଅରୁଣ ସାହୁ,ଅନ୍ତର୍ଯ୍ୟାମୀ ରାଉତ, ପ୍ରଭୁ ପ୍ରସାଦ ଗଡନାୟକ, ଶରତ ସାହୁ, ସୁରେନ୍ଦ୍ର ସୁତାର, ଶଙ୍କର୍ଷଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶୋଭାଯାତ୍ରା ରେ ଚାଷୀ ମାନଙ୍କ ହାତରେ, ମାଟି ମାଆ ର ସୁରକ୍ଷା ପାଇଁ, ଜୀବନକୁ ଦେବା ବାଜି ଲଗାଇ ଭଳି ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନର ପ୍ଲା କାର୍ଡ ଦେଖିବାକୁ ମିଳିଥିଲା । ଶୋଭାଯାତ୍ରା ରେ ଅଧିକ ସଂଖ୍ୟକ ମହିଳା ଓ ଯୁବକମାନେ ସାମିଲ ହୋଇଥିଲେ ବାରଙ୍ଗ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ଆରକ୍ଷୀଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ ପ୍ରଚଣ୍ଡ ରୌଦ୍ରତାପ ହେଉଥିଲେ ମଧ୍ୟ ଶୋଭାଯାତ୍ରା ଓ ସଭାରେ ଅଧିକ ସଂଖ୍ୟାରେ ଲୋକମାନେ ଉପସ୍ଥିତ ଥିବାରୁ ସମିତି ତରଫରୁ ସମସ୍ତଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଥିଲା । ଆୟୋଜିତ ସଭାରେ ଟାଟା କମ୍ପାନୀର କାଳ୍ପନିକ ପାୱାର ପ୍ଲାଣ୍ଟ ପାଇଁ ଚଞ୍ଚକତା କରି ଦଲାଲମାନଙ୍କ ମାଧ୍ୟମରେ ଶାଗ ମାଛ ମୂଲ୍ୟରେ ପ୍ରାୟ ୯୦୦ଏକର ଚାଷ ଜମିକୁ ନେବାପାଇଁ ଦୁଇ ଦଶନ୍ଧି ଧରି ଯେଁଉ ଅପଚେଷ୍ଟା କରିଛନ୍ତି ସେଥିପାଇଁ ଉପସ୍ଥିତ ଜନସାଧାରଣ ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରି ଥିଲେ ।

Leave a Reply