ସଙ୍କୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଉଦ୍‌ଯାପିତ

କେନ୍ଦୁଝରଳ: ସଙ୍କୁଳସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ୧୭ତାରିଖଠାରୁ ଆରମ୍ଭ ହୋଇ ୨୦ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟଶାଳାରେ କେନ୍ଦୁଝର ସଙ୍କୁଳର ୮ଟି ବିଦ୍ୟାଳୟରୁ ୧୪୯ଜଣ ଆଚାର୍ଯ୍ୟଆଚାର୍ଯ୍ୟା ଯୋଗ ଦେଇଥିଲେ । ଏଥିରେ ଶିଶୁବାଟିକା ପ୍ରଥମ ଦ୍ୱିତୀୟ ମୌଳିକ ସ୍ତର, ୩ୟ ରୁ ୫ମ ଶ୍ରେଣୀ ପ୍ରସ୍ତୁତି ସ୍ତର ଓ ୬ଷ୍ଠ ରୁ ୮ମ ଶ୍ରେଣୀ ମଧ୍ୟସ୍ତର ଭାବରେ ୪ଟି ବିଭାଗରେ କାଳାଂଶ ଅନୁଷ୍ଠିତ ହୋଇଥିଲା । ନୂତନ ଜାତୀୟ ଶିକ୍ଷାନୀତିକୁ ଆଧାର କରି ପ୍ରତ୍ୟେକ କାଳାଂଶ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟଶାଳାର ଉଦ୍‌ଘାଟନ ସମାରୋହରେ ମୁଖ୍ୟ ଅତିଥି ରୂପେ ଉତ୍ତର ସମ୍ଭାଗର ସମ୍ଭାଗ ସଦସ୍ୟା ତଥା ସରକାରୀ ମହିଳା ମହାବିଦ୍ୟାଳୟର ବିଜ୍ଞାନାଗାର ସହାୟିକା ରଞ୍ଜିତା ମହାନ୍ତ, ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଲୋଚନ ସାହୁ, ସଙ୍କୁଳ ପ୍ରମୁଖ ତଥା ତେଲକୋଇ ବାଳିକା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଚିତ୍ତରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲା ବେଳେ ସ୍ଥାନୀୟ ବିଦ୍ୟାଳୟର ସଭାପତି ପ୍ରଫେସର ସୁନିଲ କୁମାର ରଥ, ସଂପାଦକ ସୁଂଧାଶୁ ଶେଖର ପଣ୍ଡା ଉପସ୍ଥିତ ଥିଲେ । ଉଦ୍‌ଯାପନ ସମାରୋହରେ ମୁଖ୍ୟବକ୍ତା ଭାବରେ ଗଣ୍ଡବରେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଖଗେଶ୍ୱର ମହାନ୍ତ ଯୋଗଦେଇ ଭାରତୀୟ ଚିନ୍ତନ ଆଧାରରେ ଆଚାର୍ଯ୍ୟ ଜୀବନ ଶୈଳି ସମ୍ବନ୍ଧରେ ଆଲୋକପାତ କରିଥିଲେ । ପରିଚାଳନା ସମିତିର ସଭାପତି ପ୍ରଫେସର ସୁନିଲ କୁମାର ରଥ ଶିକ୍ଷାର ମହତ୍ତ୍ୱ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିବା ବେଳେ ସଂପାଦକ ସୁଧାଂଶୁ ଶେଖର ପଣ୍ଡା କାର୍ଯ୍ୟଶାଳାର ବ୍ୟବସ୍ଥାର ରୂପରେଖ ଉପରେ ନିଜର ବକ୍ତବ୍ୟ ରଖିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ ସଂପାଦକ ଦୀପକ କୁମାର ମହାକୁଳ ଉପସ୍ଥିତ ଥିଲେ । ମୁକୁନା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଗୋପିନାଥ ସାହୁ ଉପସ୍ଥିତ ରହି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜୀବନ ଚରିତ ଉପରେ ଏକ ସ୍ୱତନ୍ତ୍ର କାଳାଂଶରେ କହିଥିଲେ । ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ରଙ୍ଗାଧର ବେହେରା ସରସ୍ୱତୀ ବନ୍ଦନା ଓ ପ୍ରାର୍ଥନାର ଭାବାର୍ଥ ଅଲୋଚନା କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ତଥା ସଙ୍କୁଳ ସଂଯୋଜକ ଅଲେଖ ମହାନ୍ତ ଅତିଥିମାନଙ୍କର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଙ୍କୁଳ ଅନ୍ତର୍ଗତ ବିଦ୍ୟାଳୟଗୁଡିକର ପ୍ରଧାନାଚାର୍ଯ୍ୟ ଦୁଃଶାସନ ମହନ୍ତ, ବଳଭଦ୍ର ପ୍ରଧାନ, ନିରଞ୍ଜନ ସାହୁ, କାହ୍ନୁଚରଣ ମହାନ୍ତ, ବରୁଣ ପ୍ରଧାନ, ସୁରେଶ ମହାନ୍ତ, ନିତ୍ୟାନନ୍ଦ ମହାନ୍ତ ଓ ବୈଜୟନ୍ତୀ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *