ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ

ରୋମ: ଇଟାଲିରେ ୧୩ରୁ ୧୫ ଜୁନ ଯାଏ ଜି୭ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏଥିରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ଏହା ପୂର୍ବରୁ ଖଲିସ୍ତାନୀ ସମର୍ଥକମାନେ ଇଟାଲିରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଛନ୍ତି। ଏହି ଘଟଣାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ସମର୍ଥକଙ୍କ ଦ୍ୱାରା ମୂର୍ତ୍ତି ଭାଙ୍ଗିବା ପରେ ବିବାଦୀୟ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ମିଳୁଛି। ଏପରିକି ସେଠାରେ ସେମାନେ ହରଦୀପ ସିଂ ନିଜ୍ଜରଙ୍କ ସ୍ଲୋଗାନ ମଧ୍ୟ ଲେଖିଛନ୍ତି। ତେବେ ଏହି ମୂର୍ତ୍ତିର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ଜି୭ ଯାତ୍ରା ସମୟରେ କରିବାର କାର୍ଯ୍ୟକ୍ରମ ରହିଥିଲା। ଖଲିସ୍ତାନୀମାନେ ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଚାହାନ୍ତି ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଘଟଣାକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *