ନିର୍ବାଚିତ ଫୁଲବାଣୀ ବିଧାୟକ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ

ଫୁଲବାଣୀ:ନବ ନିର୍ବାଚିତ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଭୁବନେଶ୍ୱରସ୍ଥିତ ଏମ୍‌ସକୁ ଯାଇ ଜଣେ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ମିଳିଥିବା ସୁଚନା ଅନୁସାରେ ବୁଢ଼ାଦାନୀ ଗ୍ରାମର ଲିପ୍ସାଲତା କହଁରଙ୍କ ଗତ କିଛିଦିନ ତଳେ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ତାଙ୍କୁ ଏମ୍‌ସରେ ଭର୍ତି କରା ଯାଇଥିଲା। ତାଙ୍କ ମସ୍ତିଷ୍କ କାମ କରୁ ନ ଥିବା ଡାକ୍ତର କହିଥିଲେ। କିଛି ପରୀକ୍ଷା ମେଡିକାଲ ବାହାରେ କରିବାକୁ ପଡିବାରୁ ଅର୍ଥର ଅଭାବ ଦେଖା ଦେଇଥିଲା। ଫୁଲବାଣୀ କୁଇ ସମାଜ ତରଫରୁ ତାଙ୍କୁ ସହାୟତା ପାଇଁ ବିଧାୟକଙ୍କୁ ଅନୁରୋଧ କରାଯାଇଥିଲା। ବିଧାୟକ ଉମାଚରଣ ମଲିକ ଏମ୍‌ସକୁ ଯାଇ ରୋଗୀଙ୍କୁ ଦେଖା କରିବା ସହିତ ସାହାଯ୍ୟର ହାତ ବଢାଇଛନ୍ତି।

Leave a Reply

Your email address will not be published. Required fields are marked *