ବୌଦ୍ଧ ବଜରଙ୍ଗ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବୌଦ୍ଧ: ଜାମୁ କାଶ୍ମୀରର କଟ୍ରାରୁ ଶିବ ଖଡ଼ି ତୀର୍ଥ ଯାତ୍ରୀ ବସ ଯାଉଥିବା ସମୟରେ ଜୁନ ନଅ ତାରିଖ ଦିନ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣରେ ଦଶ ଜଣ ନିର୍ଦୋଷ ହିନ୍ଦୁଙ୍କ ଜୀବନ ଚାଲିଗଲା। ଏହି ଘଟଣାକୁ ସମଗ୍ର ଦେଶବାସୀ ନିନ୍ଦା କରିବା ସହ ସରକାର ଆତଙ୍କବାଦୀ ଦମନ କାର୍ୟ୍ୟକ୍ରମକୁ ଅଧିକ ଦୃଢ କରୁ ବୋଲି ବଜରଙ୍ଗ ଦଳ, ବୌଦ୍ଧ ପକ୍ଷରୁ ଏକ ଦାବିପତ୍ର ଆଜି ଜ଼ିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଆଜି ପ୍ରଦାନ କରିଛି। ବଜରଙ୍ଗ ଦଳ ଏହି ଅଘଟଣରେ ମୃତ ହିନ୍ଦୁ ଯାତ୍ରୀଙ୍କ ଆତ୍ମାର ସଦଗତି କାମନା କରିବାସହ ତାଙ୍କ ପରିବାର ପ୍ରତି ସହାୟ ହେବାପାଇଁ ସରକାରଙ୍କୁ ନିବେଦନ କରିଛି। ଜାମୁ କାଶ୍ମୀରରୁ ୩୭୦ ଧାରା ଉଛେଦ କରାଯାଇ ଏକ ଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ସରକାର ଚେଷ୍ଟା କରୁଥିବା ବେଳେ ପାକିସ୍ତାନ ଆତଙ୍କବାଦୀଙ୍କ ଏଭଳି ଆକ୍ରମଣ ସେହି ଅଞ୍ଚଳକୁ ପୁଣି ଅଶାନ୍ତ ବାତାବରଣ ଆଡକୁ ଟାଣି ନେଉଛି ବୋଲି ଦଳର ସମ୍ପାଦକ ଚକିତ ଭଞ୍ଜ କହିଛନ୍ତି।

Leave a Reply

Your email address will not be published. Required fields are marked *