ଓଡ଼ିଶା ସଚିବାଳୟ ବା ଲୋକସେବା ଭବନକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ମିଳିଲା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ୨୦୨୦ ମାର୍ଚ୍ଚ ମାସଠାରୁ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଲଗା ଯାଇଥିଲା। ତେବେ ପରବର୍ତୀ ସମୟରେ କରୋନା ମହାମାରୀ ଚାଲିଯାଇଥିଲେ ମଧ୍ୟ କଟକଣା ଉଠାଇ ନଥିଲେ ପୂର୍ବ ସରକାର। ନିର୍ବାଚନ ସମୟରେ ମଧ୍ୟ ଭାଜପା ଏହାର ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଥିଲା ଯେ, ଦଳ ସରକାରକୁ ଆସିଲେ ଏହି କଟକଣାକୁ ଉଠାଇବ। ତେବେ ଶପଥ ଗ୍ରହଣ କରିବାର କିଛି ମୁହୂର୍ତ ପରେ ହିଁ ନୂତନ ସରକାର ସାମ୍ବାଦିକ ମାନଙ୍କୁ ଲୋକସେବା ଭାବନା ଭିତରକୁ ଯିବାକୁ ଅନୁମତି ପ୍ରଦାନ କରିଥିଲେ। ଦିର୍ଘ ଚାରି ବର୍ଷର ବ୍ୟବଧାନ ପରେ ଓଡ଼ିଶା ସଚିବାଳୟ ବା ଲୋକସେବା ଭବନକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି।

Leave a Reply

Your email address will not be published. Required fields are marked *