Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାଥିଲିଠାରେ ସନାତନ ହିନ୍ଦୁ ଧର୍ମର ଜିଲ୍ଲାସ୍ତରୀୟ ବିଶାଳ ଧର୍ମସଭା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାଥିଲିଠାରେ ସନାତନ ହିନ୍ଦୁ ଧର୍ମର ଜିଲ୍ଲାସ୍ତରୀୟ ବିଶାଳ ଧର୍ମସଭା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକ ର ମିନି ଷ୍ଟାଡିୟମରେ ସନାତନ ହିନ୍ଦୁ ଧର୍ମର ଜିଲ୍ଲାସ୍ତରୀୟ ବିଶାଳ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡ଼ିଶା ରାଜ୍ୟର ବିଭିନ୍ନ ଅଂଚଳରେ ଶ୍ରେଷ୍ଠତା ଅର୍ଜନ କରିଥିବା ଧର୍ମଯାଜକ, ସାଧୁ ଓ ସନ୍ଥ ମାନେ ଉପସ୍ଥିତ ରହି ସନାତନ ହିନ୍ଦୁ ଧର୍ମକୁ ଭାରତ ବର୍ଷରେ ଓ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକୁରେ କିପରି ଏକ ଉଚ୍ଚକୋଟୀର ଆଦର୍ଶ ଧର୍ମ ଭାବେ ସ୍ଥାପିତ କରାଯାଇପାରିବ, ତା ଉପରେ ନିଜ ନିଜର ଅଭିମତ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ । ଏହି ଧର୍ମ ସଭାରେ ପ୍ରଚଣ୍ଡ ଖରା ସତ୍ୱେ ମାଥିଲି ଓ ଏହାର ଆଖପାଖ ଅଂଚଳର ପାଖାପାଖି ତିନି ହଜାରରୁ ଉର୍ଦ୍ଧ୍ୱ ବନବାସୀ ସନାତନୀ ହିନ୍ଦୁ ମାନଙ୍କର ଉପସ୍ଥିତ ଥିଲେ । ଏଥିରେ ସ୍ୱାମୀ କୃଷ୍ଣାନନ୍ଦ ଗିରି, ସ୍ୱାମୀ ଡ଼. ସୃତିସାଗର ସରସ୍ୱତୀ, ସ୍ୱାମୀ ସଚ୍ଚିଦାନନ୍ଦ ଦାସ, ବିଦ୍ୟାର୍ଥୀ ଦର୍ଶନ କବିନ୍ଦ୍ର କୁମାର, ରାମନାମ ମନି ବାବା, ବ୍ରହ୍ମ ଅବଧୂତ ସୌଭଗ୍ୟ ମହାରାଜା, ସ୍ୱାମୀ କୃଷ୍ଣ ପ୍ରସାଦ ଦାସ, ଆଚାର୍ଯ୍ୟ ମନୁଦେବ, ଆଚାର୍ଯ୍ୟ ରାଜକିଶୋର ଓ ବ୍ରହ୍ମ କୁମାରୀ ଜୟନ୍ତୀ ଭଉଣୀ ପ୍ରମୁଖ ଦଶନାମୀ ସାଧୁସନ୍ଥ ମାନେ ଆଜି ଗୋ ରକ୍ଷା, ସାଧୁସନ୍ଥ ରକ୍ଷା, ଦେଶ ଓ ବନବାସୀ ସମାଜକୁ ଧର୍ମାନ୍ତରୀକରଣକୁ ରୋକିବା ଆଜିର ମୁଖ୍ୟ ପ୍ରସଙ୍ଗ ଭିତରେ ସାମିଲ ଥିଲା । ସମ୍ପୁର୍ଣ୍ଣ ସଭାଟିକୁ ସ୍ୱାମୀ ବିଶ୍ୱମିତ୍ରାନନ୍ଦ ଗିରି ପରିଚାଳନା କରିଥିଲା ବେଳେ ମାଥିଲି ଅଂଚଳର ଅନେକ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ସଫଳତାର ସହ ଆୟୋଜିତ ହୋଇଥିଲା ।

Leave a Reply