ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ, ଜାତୀୟ ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସେପ୍ଟେମ୍ବର ୧୭ ତାରିଖ ଗୁରୁବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି। ମାନବିକତା ଦୃଷ୍ଟିରୁ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କର ହୃଦୟ, ଅନ୍ତନଳୀ, ଅଗ୍ନାଶୟ, ଯକୃତ, ବୃକକ୍, ଫୁସଫୁସ, ହାଡ଼, ହୃଦୟ ଭଲଭ୍, ଚର୍ମ, କାର୍ଟିଲେଜ, ଲିଗାମେଣ୍ଟ୍, ଟେଣ୍ଡନ୍, କର୍ଣ୍ଣିଆ, ରକ୍ତବାହୀ ନଳୀ, ଆମ୍ନିଅନ୍ ଏବଂ ହାତ ଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି। ଆଜି, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ଦେଶ ଏବଂ ବିଶ୍ୱର ପ୍ରମୁଖ ନେତାମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି, ଏହାସହ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ପାଇଁ ପୂଜାପାଠ କରୁଛନ୍ତି।”