୮୫ ପ୍ରତିଶତ ଜନସଂଖ୍ୟା ହିନ୍ଦୁ, କିନ୍ତୁ ଶାସନ ମୁସଲିମ୍ ନିଜାମଙ୍କ ହାତରେ।
ତାଙ୍କର ସ୍ୱପ୍ନ ଥିଲା ଭାରତ ଭିତରେ ପାକିସ୍ତାନ ଭଳି ଏକ ଇସଲାମିକ ରାଷ୍ଟ୍ର ଗଢ଼ିବା।
ନିଜାମଙ୍କ ସେନା ଓ ଲକ୍ଷ ଲକ୍ଷ ରଜାକାର ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ବନ୍ୟା ବୁହାଇଦେଲେ।
କମ୍ୟୁନିଷ୍ଟମାନେ ମଧ୍ୟ ରଜାକାରଙ୍କ ସହ ମିଶି ଲୁଟପାଟ୍ ଓ ହିଂସାରେ ସାମିଲ ହେଲେ।
ମନ୍ଦିର ଭାଙ୍ଗିଲେ, ଘର ଜାଳିଦେଲେ, ମହିଳାମାନଙ୍କ ଅସ୍ମିତା ଲୁଟିଲେ ଏବଂ ହଜାର ହଜାର ନିର୍ଦ୍ଦୋଷଙ୍କ ଜୀବନ ନେଲେ।
ଧର୍ମାନ୍ତରଣ ପାଇଁ ଉସକାଉଥିଲେ ଏବଂ ବିରୋଧ କରୁଥିବା ଲୋକଙ୍କୁ ଜେଲରେ ଠେସି ଦେଉଥିଲେ।
ଯେତେବେଳେ ଚାରିଆଡ଼େ ଅନ୍ଧକାର ଥିଲା, ସେତେବେଳେ ଆଶାର କିରଣ ସାଜିଲା ‘ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ’ (RSS)।
୧୯୩୮ ମସିହାରେ ଯେତେବେଳେ ଏହି ଖବର RSSର ସଂସ୍ଥାପକ ଡକ୍ଟର ହେଡଗେୱାରଙ୍କ ପାଖରେ ପହଞ୍ଚିଲା, ସେ ନିଜ ସ୍ୱୟଂସେବକମାନଙ୍କୁ ହାଇଦ୍ରାବାଦ ଆଡ଼କୁ ବଢ଼ିବାକୁ ଆହ୍ୱାନ କଲେ।
ଶହ ଶହ ସ୍ୱୟଂସେବକ ରାସ୍ତାକୁ ଓହ୍ଲାଇ ଆସିଲେ; ସତ୍ୟାଗ୍ରହ, ଜନଜାଗରଣ ଓ ସୁରକ୍ଷା କାର୍ଯ୍ୟରେ ଯୋଗଦାନ ଦେଲେ।
ରଜାକାରମାନଙ୍କ ସହ ସଂଘର୍ଷ କଲେ, ଗ୍ରାମୀଣ ହିନ୍ଦୁମାନଙ୍କୁ ଆତ୍ମବଳ ଓ ସାହସ ଦେଲେ।
କୃଷକ, ଯୁବକ, ମହିଳାମାନେ ସଂଘ ସହ ସଂଗଠିତ ହୋଇ ଏକ ଜନଆନ୍ଦୋଳନର ଅଂଶ ସାଜିଲେ।
ଭୟାଜୀ ଡାଣୀଙ୍କ ଭଳି ସମର୍ପିତ ସ୍ୱୟଂସେବକମାନେ ନିରସ୍ତ୍ର ହୋଇ ବିରୋଧ କଲେ ଏବଂ ଜେଲ୍ ଯିବା ସ୍ୱୀକାର କଲେ।
ଏହି ବଳିଦାନଗୁଡ଼ିକ ସେଠାକାର ଜନତାଙ୍କ ମନରେ ସାହସର ନୂଆ କିରଣ ଜଗାଇଲା।
୧୯୪୬ରେ ଯେତେବେଳେ ୱାରଙ୍ଗଲରେ ରଜାକାରମାନେ ଅତ୍ୟାଚାର ବଢ଼ାଇଲେ, ସଂଘର ସ୍ୱୟଂସେବକମାନେ ୱାରଙ୍ଗଲ କିଲ୍ଲାର ଉତ୍ତର ଭାଗରେ ଏକାଠି ହେଲେ।
ସେମାନେ ତ୍ରିରଙ୍ଗା ଉଡ଼ାଇଲେ, ନାରା ଦେଲେ ଏବଂ ଏହି ସଂକଳ୍ପ ନେଲେ — “ଜୀବନ ଦେଇଦେବୁ, ପଛକେ ତ୍ରିରଙ୍ଗାକୁ ଝୁକିବାକୁ ଦେବୁନାହିଁ।”
ତା’ପରେ ଆସିଲା ସେହି ଐତିହାସିକ କ୍ଷଣ — ୧୩ ସେପ୍ଟେମ୍ବର ୧୯୪୮।
ଭାରତୀୟ ସେନା ‘ଅପରେସନ୍ ପୋଲୋ’ (Operation Polo) ଆରମ୍ଭ କଲା।
ରଜାକାରମାନେ ୭୨ଟି ହୁରଙ୍କ ସ୍ୱପ୍ନ ଦେଖି ଇତିହାସ ପାଲଟିଗଲେ।
ଦେଶଭକ୍ତଙ୍କ ଅକ୍ଲାନ୍ତ ସଂଘର୍ଷ ଓ ବଳିଦାନ ଆଗରେ ନିଜାମଙ୍କ ଏକଛାତ୍ରଶାସନ ଭାଙ୍ଗିପଡ଼ିଲା।
ମାତ୍ର ୪୮ ଘଣ୍ଟା ମଧ୍ୟରେ ନିଜାମ ନଇଁଗଲେ; ହାଇଦ୍ରାବାଦ ନିଜାମଶାସନରୁ ଆଜାଦ୍ ହେଲା।
ଏହା କେବଳ ଏକ ରାଜନୈତିକ ବିଜୟ ନଥିଲା, ଏହା ଥିଲା ରାଷ୍ଟ୍ରୀୟତା, ସାହସ ଓ ବଳିଦାନର ବିଜୟ।
ହାଇଦ୍ରାବାଦ ମୁକ୍ତି ସଂଗ୍ରାମ କେବଳ ଏକ ସାମରିକ ବିଜୟ ନଥିଲା; ଏହା ରାଷ୍ଟ୍ରଭକ୍ତି, ସାହସ ଓ ସଂଗଠନ ଶକ୍ତିର ଅଦ୍ୱିତୀୟ ଉଦାହରଣ।
ଯେଉଁଠି ଗୋଟିଏ ପଟେ ଭାରତୀୟ ସେନା ରାଜନୈତିକ ଓ ସାମରିକ ମୋର୍ଚ୍ଚାରେ ଜିତ ହାସଲ କଲା, ଅନ୍ୟପଟେ ସଂଘର ସ୍ୱୟଂସେବକମାନେ ଜନଜାଗରଣ, ସୁରକ୍ଷା ଓ ପ୍ରତିରୋଧର ନେତୃତ୍ୱ ନେଲେ।
ସଂଘର ସ୍ୱୟଂସେବକମାନେ ବିନା ଅସ୍ତ୍ରରେ ରାଷ୍ଟ୍ରର ଅଖଣ୍ଡତା ପାଇଁ ଜୀବନ ସମର୍ପଣ କରିଦେଲେ।
ସଂଘର ଏହି ଯୋଗଦାନ କୌଣସି କ୍ଷମତାର ଭୋକ ନଥିଲା, ବରଂ ‘ରାଷ୍ଟ୍ର ପ୍ରଥମ’ ଭାବନାର ଏକ ଜୀବନ୍ତ ଉଦାହରଣ ଥିଲା।
ସଂକଟ ଯେତେ ବଡ଼ ହେଉନା କାହିଁକି, ଯଦି ସଂଗଠନ ଓ ସଂକଳ୍ପ ଥାଏ, ତେବେ ଯେକୌଣସି ଅତ୍ୟାଚାରକୁ ପରାସ୍ତ କରାଯାଇପାରିବ।