Skip to content
- ଆଇ. କେ. କୁମାରନ ଭାରତର ଜାତୀୟ ମୁଖ୍ୟସ୍ରୋତ ସହ ଜଡ଼ିତ ଥିବା ଜଣେ ବ୍ୟକ୍ତି ଥିଲେ।
- ତାଙ୍କ ଉପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିଚାରର ଗଭୀର ପ୍ରଭାବ ଥିଲା।
- ୧୯୩୫ ମସିହାରେ ଆଇ. କେ. କୁମାରନ ‘ମାହେ ୟୁଥ୍ ଲିଗ୍’ ପ୍ରତିଷ୍ଠା କରିଥିଲେ।
- ସେ ୧୯୩୮ ମସିହାରେ ‘ମାହେ ମହାଜନ ସଭା’ର ସଭାପତି ହୋଇଥିଲେ।
- ସେ ମାହେ ଅଞ୍ଚଳରୁ ଫ୍ରେଞ୍ଚ (ଫ୍ରାନ୍ସ) ଶାସନ ହଟାଇବା ସହିତ ଭାରତରୁ ବ୍ରିଟିଶ ଶାସନ ହଟାଇବା ପାଇଁ ମଧ୍ୟ ଦାବି କରିଥିଲେ।
- ତାଙ୍କର ଏହି ସଫଳ ପ୍ରଚେଷ୍ଟା ଯୋଗୁଁ ତାଙ୍କୁ ଜେଲ ଯାତନା ଭୋଗିବାକୁ ପଡ଼ିଥିଲା।
- କିନ୍ତୁ ୧୯୫୪ ମସିହାରେ ଆଇ. କେ. କୁମାରନ ବିଦେଶୀ ଶାସନ ବିରୋଧରେ ଶେଷ ପ୍ରହାର ସ୍ୱରୂପ ଏକ ବ୍ୟାପକ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ।
- ଶେଷରେ ଫ୍ରେଞ୍ଚମାନଙ୍କୁ ମାହେ ଅଞ୍ଚଳରୁ ନିଜ ଶାସନ ଗୁଟାଇ ଚାଲିଯିବାକୁ ପଡ଼ିଥିଲା।
- ଦେଶ ସ୍ୱାଧୀନ ହେବା ପରେ, ୧୯୬୯ ମସିହାରେ ସେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ବିଧାନସଭାର ସଦସ୍ୟ (MLA) ଭାବେ ନିର୍ବାଚିତ ହୋଇଥିଲେ।