Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହଳଦୀ ଚାଷ ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ସ୍ୱାବଲମ୍ବୀ କରିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହଳଦୀ ଚାଷ ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ସ୍ୱାବଲମ୍ବୀ କରିଛି

ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ ପୂର୍ବରୁ ଥିବା ବିଛିନ୍ନାଚଂଳ ତଥା ବର୍ତମାନର ସ୍ୱାଭିମାନ ଅଞ୍ଚଳରେ ମୁଖ୍ୟତଃ ଜନସାଧାରଣଙ୍କ ଜୀବନ ଧାରଣର ପ୍ରମୁଖ ସାଜିଥିଲା ଗଞ୍ଜେଇ । ଏହି ଚାଷକୁ ଗୁରୁତ୍ୱ ଦେଇ ଚାଷ କରାଯାଉଥିଲା । ଏହି ଅଂଚଳରେ ପ୍ରାୟ ସମସ୍ତେ ଗଞ୍ଜେଇ ଚାଷ କରନ୍ତି ଓ ଏହା ମାଧ୍ୟମରେ ନିଜର ଜୀବିକା ନିର୍ବାହ କରୁଥିଲେ । କିନ୍ତୁ, ସ୍ଥିତି ବଦଳିବା ସହ ସମୟ ସୁଅରେ ସ୍ୱାଭିମାନ ଅଂଚଳରେ ସବୁଜ ଚାଷ ବଦଳରେ ପନିପରିବା ଠାରୁ ଆରମ୍ଭ କରି ଅର୍ଥକରୀ କଦଳୀ, ହଳଦୀ ଭଳି ଅନେକ ଚାଷକୁ ଗୁରୁତ୍ୱ ଦେଇଛନ୍ତି ଲୋକେ । ଏକଦା ମାଓ ଗଡ଼ ଓ ଜଳ ବନ୍ଦୀ ମଧ୍ୟରେ ଗଞ୍ଜେଇ ଚାଷର ଭଣ୍ଡାର ଏବଂ ଅପହଂଚ ଇଲାକାର ପରିଚୟ ପାଇ ରହି ଆସୁଥିବା ମାଲକାନଗିରି ଜିଲ୍ଲାର ବିଛିନ୍ନାଚଂଳରେ ରାଜ୍ୟ ସରକାର ନିଜର ଡ୍ରିମ ପ୍ରୋଜେକ୍ଟ ଗୁରୁପ୍ରିୟା ସେତୁକୁ ୨୦୧ ୮ ମସିହାରେ ସଫଳତାର ସହ ଶେଷ କରିବା ପରେ ସେହି ଅଂଚଳକୁ ସ୍ୱାଭିମାନ ଅଂଚଳରେ ନାମକରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳର ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ସହ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ବିକାଶ ଧାରାରେ ଯୋଡି ହେଉଥିବା ସ୍ୱାଭିମାନ ଅଂଚଳରେ ସମୟ କ୍ରମେ ଲୋକେ ଗଞ୍ଜେଇ ଚାଷ ଅପେକ୍ଷା ହଳଦୀ ଚାଷ ମୁହାଁ ହୋଇଥିଲେ । ଯାହା ଫଳରେ ଅଂଚଳର ଲୋକେ ସ୍ୱାଭିମାନର ସହ ବଂଚିବା ଶିଖିଥିଲେ । ସ୍ୱାଭିମାନ ଅଂଚଳର ବିକାଶ ପାଇଁ ସରକାର ସଦା ସର୍ବଦା ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ବିକାଶ ଧାରାରେ ଯୋଡି ହେଉଥିବା ସ୍ୱାଭିମାନ ଅଂଚଳରେ ବାର୍ଷିକ ୫୦ ଟନରୁ ଊର୍ଦ୍ଧ୍ୱ ହଳଦୀ ଅମଳ ହେଉଥିବା ସୂଚନା ମିଳିଛି । ଏହି ହଳଦୀକୁ ବିଶ୍ୱ ସ୍ତରରେ ପହଁଚାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁପୂର୍ବରୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ତେବେ ହଳଦୀ ଚାଷ ପରେ ଅଂଚଳରେ ମହିଳା ଓ ପୁରୁଷମାନେ ବେଶ ସ୍ୱାବଲମ୍ବୀ ହୋଇ ପଡୁଥିବା ବେଳେ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ପ୍ରଥମପର୍ଯ୍ୟାୟରେ ଛୋଟ ଛୋଟ ମିଲ ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ପ୍ରାୟ ୫ଟି ବଡ ୟୁନିଟ୍ କରାଯାଇ କିଭଳି ଭାବେ ଚିତ୍ରକୋଣ୍ଡାର ହଳଦୀକୁ ବିଶ୍ୱ ବଜାରରେ ବିକ୍ରି କରାଯିବ ସେ ନେଇ କାର୍ଯ୍ୟ ଆରମ୍ଭ କରାଯାଇଛି । ସ୍ୱାଭିମାନ ଅଂଚଳର ଲୋକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରାୟ ୫ କୋଟି ଟଙ୍କାର ହଳଦୀ ପ୍ରକଳ୍ପ ହେବାକୁ ଥିବା ବେଳେ ୧୦ କୋଟି ଟଙ୍କା ବ୍ୟୟରେ କୃଷି ଭିତିକ ଶିଳ୍ପ ସ୍ଥାପନ କରାଯିବା ପଇଁ ମଧ୍ୟ ସମସ୍ତ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ହଳଦୀ ଚାଷ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ଆଗାମୀ ଦିନରେ ସ୍ୱତନ୍ତ୍ର ହାଇବ୍ରିଡ୍ ହଳଦୀ ମଞ୍ଜି ଦେବା ସହ ସମସ୍ତ ଚାଷୀଙ୍କୁ ସେତୁ ଯୋଜନାରେ ତାଲିମ ଦିଆଯିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । କନ୍ଧମାଳ ଅପେକ୍ଷା ମାଲକାନଗିରି ଜିଲ୍ଲାର ଏହି ହଳଦୀ ଆହୁରି ଉନ୍ନତମାନର ହୋଇଥିବାରୁ ସ୍ୱତନ୍ତ୍ର ପ୍ୟାକିଙ୍ଗ ୟୁନିଟ୍ ସହ ଜଳସେଚନ ଓ ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବା ଦିଗରେ ସରକାର ପଦକ୍ଷେପ ନେଉଥିବା ବେଳେ ଆଗାମୀ ଦିନରେ ଏହି ହଳଦୀ ବିଶ୍ୱ ଦରବାରରେ ସ୍ଥାନ ପାଇବ ବୋଲି ଆଶା ବାନ୍ଧିଛନ୍ତି ସ୍ୱାଭିମାନ ଅଂଚଳବାସୀ । ବର୍ତମାନ ଅନେକ ମହିଳା ଏହି ହଳଦୀ ଚାଷ କରୁଥିବା ବେଳେ କିଛି ମହିଳା ଏହାକୁ ବିଭିନ୍ନ ବଜାରରେ ବିକ୍ରୟ କରି ବେଶ୍ ଦୁଇପଇସା ରୋଜଗାର କରୁଛନ୍ତି । ଏହି କ୍ରମରେ ଚିତ୍ରକୋଣ୍ଡା ବ୍ଲକର ମା ତାରିଣୀ ଏସଏଚଜି ର ସଦସ୍ୟା ମାନେ ଜୈବିକ ହଳଦୀକୁ ପ୍ରକ୍ରିୟାକରଣ କରି ହଳଦୀ ପାଉଡରକୁ ସୁନ୍ଦର ରୂପେ ପ୍ୟାକେଜିଂ କରିବା ସହ ଜିଲ୍ଲା ପ୍ରଶାସନର ସହଯୋଗରେ ସ୍ୱାଭିମାନ ଅଂଚଳରେ ଥିବା ବିଭିନ୍ନ ବିଏସଏଫ କ୍ୟାମ୍ପକୁ ବିକ୍ରୟ କରି ମହିଳାମାନେ ଆର୍ôଥକ ଲାଭ ପାଇବା ସହ ଆଗାମୀ ଦିନରେ ଆହୁରି ଅଧିକ ପରିଶ୍ରମ କରି ହଳଦୀ ଗୁଣ୍ଡ ପ୍ରସ୍ତୁତ କରି ବିଭିନ୍ନ ବଜାରରେ ବିକ୍ରି ନିମନ୍ତେ ପ୍ରେରଣା ପାଇଛନ୍ତି । ଅଂଚଳରେ ହଳଦୀ ଚାଷ ମଧ୍ୟ ଲୋକଙ୍କ ପାଇଁ ବେଶ୍ ଲାଭଦାୟକ ହୋଇଥିବାରୁ ବଡପଡ଼ା, ଯାନବାଇ, ରାଲେଗଡ଼ା, ସାରକୁବନ୍ଦ ଭଳି ଅନେକ ଗ୍ରାମରେ ଲୋକେ ବର୍ତମାନ ଗଞ୍ଜେଇ ଚାଷରୁ ମୁହଁ ଫେରାଇ ନେଇଥିବା ବେଳେ ହଳଦୀ ଚାଷ ସହ ଅନ୍ୟାନ୍ୟ ଅର୍ଥକାରୀ ଫସଲ ମଧ୍ୟ ଚାଷ କରୁଛନ୍ତି ।

Leave a Reply