Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପୁରାତନ ଛାତ୍ର ସଂସଦଙ୍କ ଦ୍ୱାରା ଜଳ ବିତରଣ କେନ୍ଦ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପୁରାତନ ଛାତ୍ର ସଂସଦଙ୍କ ଦ୍ୱାରା ଜଳ ବିତରଣ କେନ୍ଦ୍ର

କଟକ : ସିଡ଼ିଏ ସେକ୍ଟର -୬ସ୍ଥିତ ସେଂଟ୍ରାଲ ମାର୍କେଟ କମ୍ପେ୍ଲକ୍ସଠାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପୁରାତନ ଛାତ୍ର ସଂସଦଙ୍କ ଦ୍ୱାରା ଜଳ ବିତରଣ କେନ୍ଦ୍ରକୁ ୬ନଂ ୱାର୍ଡ଼ର ପୂର୍ବତନ କର୍ପୋରେଟର ଶ୍ରୀମତୀ ସଂଯୁକ୍ତା ସାହୁ, ମୁଖ୍ୟ ଅତିଥିରୁପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଜଳ ବିତରଣ କେନ୍ଦ୍ର ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲିି ଛାତ୍ର ସଂସଦର ସଭାପତି ସୁନିଲକୁମାର ବାରିକ କହିଛନ୍ତି ଓ ଏହିକାର୍ଯ୍ୟକ୍ରମରେ ବିଭୂତି ଭୂଷଣ ମହାରଣା, ବିଶ୍ୱଜିତ ସାହୁ, ବଙ୍କିମ ଚନ୍ଦ୍ର ମହାନ୍ତି, ଆଡ଼ଭୋକେଟ ଗଦାଧର ସାହୁ, ପ୍ରେମାନନ୍ଦ ଦାସ, ଅଶୋକ କୁମାର ପଟ୍ଟନାୟକ, ସତ୍ୟଭାମା ବାରିକ, ଶ୍ରୀମତୀ ଲକ୍ଷ୍ମୀ ଦେଇ , ଭାରତୀ ବାରିକ , ଉପ ସଭାପତି ପ୍ରଭାସିନୀ ଦେହୁରୀ , ସମ୍ପାଦକ , ହିମାଂଶୁ ସାହୁ, କୋଷା୍ମକ୍ଷ ସିଦ୍ଧାର୍ଥ ରାଉତ, ମିଥୁନ ବାରିକ, ଦୀପାଞ୍ଜଳି ଦାସ, ହୃଷିକେଷ ନାୟକ ପ୍ରଭୃତି ଅଂଶଗ୍ରହଣ କରିଥିଲେ । ସମ୍ପ୍ରତି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଲୋକମାନେ ପାନୀୟ ଜଳପାଇଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏ କ୍ଷେତ୍ରରେ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ଜଳଛତ୍ରମାନ ଖୋଲାଯାଇ ପଥଚାରୀମାନଙ୍କୁ ପାନୀୟଜଳ ଯୋଗାଇ ଦିଆଯାଉଛି । ଏ କ୍ଷେତ୍ରରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପୁରାତନ ଛାତ୍ରସଂସଦ ଜଳ ବିତରଣ ଭଳି ଏକ ମହତ କାର୍ଯ୍ୟ ହାତକୁ ନେଇ ନିଜକୁ ଜନମଙ୍ଗଳ କାର୍ଯ୍ୟରେ ନିୟୋଜିତ କରିଛନ୍ତି । ଏହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave a Reply