ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ଓ ପ୍ରାଦେଶିକ ପରୀକ୍ଷାରେ ତାଳଚେର ଶିଶୁ ମନ୍ଦିରର ସଫଳତା

ତାଳଚେର : ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ଓ ପ୍ରାଦେଶିକ ପରୀକ୍ଷାରେ ତାଳଚେର ବ୍ରାହ୍ମଣୀବିହର ସରସ୍ୱତୀ ଶିଶୁମନ୍ଦିର ସଫଳତା ହାସଲ କରିଛି । ବିଦ୍ୟାଳୟର ୭ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜିଗ୍ନେଶ ମୁଦୁଲି ପ୍ରାଦେଶିକ ପରୀକ୍ଷାରେ ନବମ ସ୍ଥାନ ଅଧିକାର କରିଥିବା ବେଳେ ନବମ ଶ୍ରେଣୀର ଶଶାଙ୍କ ବରାହ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସାରା ଓଡ଼ିଶାରେ ନବମ ସ୍ଥାନ ଅଧିକାର କରି ବିଦ୍ୟାଳୟର ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ତେବେ ସେମାନଙ୍କର ଏହି ସଫଳତାକୁ ନେଇ ବିଦ୍ୟାଳୟରେ ଆନନ୍ଦର ଲହରୀ ଖେଳିଯିବା ସହ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ନିଜର ଅକ୍ଳାନ୍ତ ପରିଶ୍ରମ ବଳରେ ସେମାନେ ଏପରି କୃତିତ୍ୱ ହାସଲ କରି ବିଦ୍ୟାଳୟକୁ ଗୌରାବାନ୍ୱିତ କରିଥିବାରୁ ତାଙ୍କର ଅଭିଭାବକ ଓ ଅଭିଭାବିକାମାନଙ୍କୁ ପ୍ରଶଂସାର ପାତ୍ର ବୋଲି ମତବ୍ୟକ୍ତ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ । ଏହି ସଫଳତାକୁ ନେଇ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସହାୟିକା ଏବଂ ସମସ୍ତ ଛାତ୍ର ଛାତ୍ରୀମାନେ ମେଧାବୀଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *