ଗୋ-ଚାଲାଣକାରୀ ଗାଡ଼ି ଜବତ-ଇଲିୟାଜ୍ ଖାନ୍ ଗିରଫ

ନିମାପଡ଼ା: ନିମାପଡ଼ା ବ୍ଲକ୍ କୁସୁମାଠେଙ୍ଗ ବସ୍ତିରୁ ବାରମ୍ବାର ଗୋ-ଚାଲାଣ ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ଏହି ଗୋରୁ ଚାଲାଣକାରୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଯୋଜନା କରାଯାଇଥିଲା । ପୋଲିସ ଫାନ୍ଦରେ ଜଣେ ଗୋ-ଚାଲାଣକାରୀ ଯୁବକ ପଡ଼ି ଜେଲ୍ ଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଚାରିଛକ ଥାନା କୁସୁମାଠେଙ୍ଗ ବସ୍ତିରୁ କେତେକ ଗୋରୁଙ୍କୁ ଏକ ଟାଟା ପିକ୍‌ଅପ୍ ଗାଡ଼ିରେ ଚାଲାଣ କରାଯାଉଥିଲା । ଚାରିଛକ ବଜାର ନିକଟରେ ପୂର୍ବ ଯୋଜନା ମୁତାବକ ଚାରିଛକ ଥାନାଧିକାରୀ ଚଢ଼ାଉ କରି ସଂପୃକ୍ତ ଗୋରୁମାନଙ୍କୁ ଉଦ୍ଧାର କରିବା ସହ ଗୋରୁ ଚାଲଣ କରୁଥିବା ଇଲିୟାଜ୍ ଖାନ୍ ନାମକ ଯୁବକକୁ ପୋଲିସ ଗିରଫ କରି ପଚରା ଉଚୁରା କରିବାରେ ଏହି ଗୋରୁ ନୂଆହାଟ ଅଞ୍ଚଳରେ ମାରିବା ପାଇଁ ନିଆଯାଉଥିବା ଇଲିୟାଜ୍ ପୋଲିସ ନିକଟରେ ମାନିଥିଲା । ପୋଲିସ ହିନ୍ଦୁ ଆଇନ୍ ଅନୁଯାୟୀ ସଂପୃକ୍ତ ଗୋ ଚାଲଣକାରୀ ବିରୁଦ୍ଧରେ ମାମଲା ରୁଜୁ କରି ନିମାପଡ଼ା କୋର୍ଟ ଚାଲଣ କରିଛି । ଜାମିନ୍ ନାମୁର ହେବାରୁ ସଂପୃକ୍ତି ଅଭିଯୁକ୍ତ ବିଚାର ବିଭାଗୀୟ ହାଜତକୁ ଯାଇଥିବା ଜଣାପଡ଼ିଛି । ଗୋରୁମାନଙ୍କୁ ଗୋସୁରକ୍ଷା ସମିତିରେ ଛଡ଼ା ଯାଇଛି । ପୂର୍ବରୁ ମଧ୍ୟ ଚାରିଛକ ଥାନାଧିକାରୀ ଚଢ଼ାଉ କରି ଦୁଇଥର ଗୋଚାଲଣକାରୀଙ୍କୁ ଧରିବାରେ ସଫଳ ହୋଇଥିଲେ । ସ୍ଥାନୀୟ ଜନସାଧାରଣ ଥାନାଧିକାରୀଙ୍କୁ ସାଧୁବାଦ୍ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *