Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜନଜାତି ଶିକ୍ଷା ସମ୍ବନ୍ଧୀୟ ଜାତୀୟ ସେମିନାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜନଜାତି ଶିକ୍ଷା ସମ୍ବନ୍ଧୀୟ ଜାତୀୟ ସେମିନାର


ଜୟପୁର- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ତଫସିଲଭୁକ୍ତ ଜନଜାତି ଶିକ୍ଷା ପ୍ରସଙ୍ଗ ଆଧାରିତ ଦୁଇ ଦିବସୀୟ ଜାତୀୟ ପତ୍ରବାଚନ (ସେମିନାର) ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।ଉଦଘାଟନୀ ସତ୍ରରେ କୁଳପତି ପ୍ରଫେସର ମିଶ୍ରଙ୍କ ସହ କୁଳସଚିବ ରଞ୍ଜନ କୁମାର ପ୍ରଧାନ, ସ୍ନାତକୋତର ପରିଷଦର ଅଧ୍ୟକ୍ଷ ଡଃ. କିଚକ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସେମିନାରର୍ ଯୋଜନାବଦ୍ଧ ଆୟୋଜନ ଓ ବ୍ୟବସ୍ଥିତ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବରେ ଏନସିଆରଟି ଅନୁବନ୍ଧିତ ଆଂଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ବରିଷ୍ଠ ପ୍ରଫେସର ଡଃ. ନିତ୍ୟାନନ୍ଦ ପ୍ରଧାନ ଯୋଗଦେଇ ଜନଜାତି ଶିକ୍ଷାର ବିଭିନ୍ନ ଦିଗ, ସମସ୍ୟା, ଆହ୍ୱାନ ଓ ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବିଭାଗୀୟ ମୁଖ୍ୟ ଡଃ. ମନୋରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପତ୍ରବାଚନରେ ଡଃ. ପ୍ରଧାନ ପତ୍ରବାଚନର ଆୟୋଜନ, ଉଦ୍ଦେଶ୍ୟ ଓ ଦୁଇଦିନ ରୂପରେଖ ସମ୍ବନ୍ଧରେ ବିଷଦ ଆଲୋକପାତ କରିଥିଲେ । କୁଳପତି ଏହି ପତ୍ରବାଚନର ଫଳାଫଳ ସୁଦୂର ପ୍ରସାରୀ । ଏହା ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀମାନଙ୍କ ଶୈକ୍ଷିକ ବିକାଶରେ ବିଶେଷ ସହାୟତା କରିବା ବୋଲି ଆଶାବ୍ୟକ୍ତ କରିବା ସହ ବିଶ୍ୱବିଦ୍ୟାଳୟର ସବୁ ବିଭାଗରେ ଏଭଳି ପତ୍ରବାଚନର ଆୟୋଜନ ପାଇଁ ଆହ୍ୱାନ ଦେଇଥିଲେ । ଶେଷରେ ମଂଚାସୀନ ସମସ୍ତ ଅତିଥିମାନଙ୍କୁ ଉପଢୌକନ, ସ୍ମୁତି ଫଳକ ଓ ପୁଷ୍ପଗଛ ଦେଇ ସମ୍ମାନିତ କରାଯାଇଥିଲା । ସଭା ଆରମ୍ଭ ପୂର୍ବରୁ ଗୁରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାଚୀର ପତ୍ରିକା କୁନ୍ଦ କଳିକା ଓ ପାଠ୍ୟୋପକରଣ ପ୍ରଦର୍ଶନୀକୁ କୁଳପତି ଉଦଘାଟନ କରିବା ସହ ସମସ୍ତ ଅତିଥି ବୁଲି ଦେଖିବା ସହ ପିଲାଙ୍କ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଶିକ୍ଷକ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡଃ. ମନୋରଞ୍ଜନ ପ୍ରଧାନଙ୍କ ଦ୍ୱାରା ସଂପାଦିତ ପୁସ୍ତକ ଜାତୀୟ ଶିକ୍ଷା ନୀତି ୨୦୨୦ଓ ଜାତୀୟ ପାଠ୍ୟକ୍ରମ ଆଧାର ୨୦୨୩ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଅତିଥି ପରିଚୟ ଗୁରୁ ଛାତ୍ର ଦେବ ରଞ୍ଜନ ରୟ ଓ ଛାତ୍ରୀ ପ୍ରିୟଦର୍ଶିନୀ ମାଝୀ ଅତିଥୀ ପରିଚୟ ଓ ମଂଚ ପରିଚାଳନା କରିଥିଲେ । ସହକାରୀ ପ୍ରଫେସର ଲୋକେଶ ପ୍ରଧାନଙ୍କ ଧନ୍ୟବାଦ ଅର୍ପଣରେ ଉଦଘାଟନୀ ସମାରୋହ ସମାପନ ହୋଇଥିଲେ । ତା\’ପରେ ଦୁଇଟି ସମାନ୍ତରାଳ ଅଧିବେଶନ ସହ ମୋଟ ତିନୋଟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଅଧିବେଶନରେ ସମ୍ବଲପୁର ପି ଏମ୍ ଆଇ ଏ ଏସ୍ ଇର ପ୍ରଫେସର ଦିବାକର ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ଫକୀରମୋହନ ବିଶ୍ୱବିଦ୍ୟାଳୟର ସହଯୋଗି ପ୍ରଫେସର ଡଃ. ଅମୁଲ୍ୟ କୁମାର ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ମଧ୍ୟାହ୍ନ ଭୋଜନ ବିରତି ପରେ ଆୟୋଜିତ ଦୁଇଟି ସମାନ୍ତରାଳ ଅଧିବେଶନରେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ଓ ପ୍ରଫେସର ଦେବେନ୍ଦ୍ର ସେଠୀ ସଭାପତିତ୍ୱ କରିଥିଲେ । ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ପ୍ରଫେସର ଭରତ ପଣ୍ଡା ଓ କୋରାପୁଟ ସ୍ଥିତ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟର ଆଂଚଳିକ ନିର୍ଦ୍ଦେଶିକା ଡଃ. ଲତିକା ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ତିନୋଟି ଅଧିବେଶନରେ ପ୍ରାୟ ଏକତିରିଶଟି ଆଲେଖ୍ୟ ଉପସ୍ଥାପନା ଓ ଆଲୋଚନା ହୋଇଥିଲା । ସନ୍ଧ୍ୟାରେ ପ୍ରଫେସର ମାନଙ୍କ ସହ ବିଏଡ ଛାତ୍ର ଛାତ୍ରୀ ମାନଙ୍କର ଏକ ପ୍ରଶ୍ନୋତର କାର୍ଯ୍ୟକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ନୈବେଦ୍ୟ ଅନୁଷ୍ଠିତ ହୋଇଥିଲା । ଗୁରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ସାମାଜିକ ନାଟକ ଜାଗୃତି ସମବେତ ଦର୍ଶକଙ୍କୁ ଭାବବିହ୍ୱଳ କରିଥିବା ବେଳେ କୋରାପୁଟିଆ, ସମ୍ବଲପୁରୀ ନାଚର ତାଳେ ତାଳେ ସମସ୍ତେ ଝୁମିଯାଇଥିଲେ । ରାତ୍ରୀ ଭୋଜନପରେ ପ୍ରଥମ ଦିବସର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା ।

Leave a Reply