Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚନ୍ଦ୍ରଯାନ-୪ରେ ଜହ୍ନରୁ ଆସିବ ମାଟି : ଏସ୍‌. ସୋମନାଥ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚନ୍ଦ୍ରଯାନ-୪ରେ ଜହ୍ନରୁ ଆସିବ ମାଟି : ଏସ୍‌. ସୋମନାଥ

ନୂଆଦିଲ୍ଲୀ : ଚନ୍ଦ୍ରଯାନ -୩ର ସଫଳତା ପରେ ଏହେ ଚନ୍ଦ୍ରଯାନ- ୪କୁ ନେଇ ବଡ଼ ଖବର । ଭାରତର ଚତୁର୍ଥ ମୁନ୍ ମିଶନରେ ଜହ୍ନରୁ ମାଟି ଓ ପଥର ନମୁନା ସଂଗ୍ରହ କରି ପୃଥିବୀକୁ ଆଣିବ ଇସ୍ରୋ । ପୂର୍ବରୁ ଏନେଇ ଚର୍ଚ୍ଚା ହେଉଥିବା ବେଳେ, ଏବେ ଏହାକୁ ସ୍ପଷ୍ଟ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ।ସେ କହିଛନ୍ତି, ୨୦୪୦ ମସିହାରେ ଭାରତୀୟ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହାକୁ ସଫଳ କରିବା ପାଇଁ ହେଲେ, ଆମକୁ ନିରନ୍ତର ବିଭିନ୍ନ ଧରଣର ଅଭିଯାନ କରିବାକୁ ପଡ଼ିବ । ସେ ଦିଗରେ ପ୍ରଥମ ପଦକ୍ଷେପ ହେବ ଚନ୍ଦ୍ରଯାନ -୪, ଯେଉଁଥିରେ ମହାକାଶଯାନକୁ ଚନ୍ଦ୍ରକୁ ପଠାଯିବ ଏବଂ ସେଠାରୁ ନମୁନା ସଂଗ୍ରହ କରି ପୃଥିବୀକୁ ଫେରାଇ ଅଣାଯିବ । ଏଥିପାଇଁ ବର୍ତ୍ତମାନ ଗବେଷଣା ଜାରି ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଚତୁର୍ଥ ଚନ୍ଦ୍ର ଅଭିଯାନ ୨ଟି ପର୍ଯ୍ୟାୟ ହେବ ଏବଂ ଏଥିପାଇଁ ୨ଟି ଭିନ୍ନ ଭିନ୍ନ ରକେଟ୍ ଲଞ୍ଚ୍ କରାଯିବ । ୨୦୨୮ ପୂର୍ବରୁ ଏହାକୁ ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ଚନ୍ଦ୍ରଯାନ -୪ରେ ୫ଟି ମଡ୍ୟୁଲ ରହିବ । ପ୍ରଥମ ପର୍ଯ୍ୟାୟରେ ଭାରତର ସବୁଠୁ ଶକ୍ତିଶାଳୀ ରକେଟ୍ ଖଠଗ-୩ ସାହାଯ୍ୟରେ ପ୍ରପଲ୍ସନ ମଡ୍ୟୁଲ, ଡିସେଣ୍ଡର୍ ମଡ୍ୟୁଲ ଓ ଆସେଣ୍ଡର୍ ମଡ୍ୟୁଲ ପଠାଯିବ । ଏହାର କିଛି ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟରେ ଚଝଖଠ ରକେଟରେ ଟ୍ରାନ୍ସଫର ମଡ୍ୟୁଲ ଏବଂ ରି-ଏଣ୍ଟ୍ରିଂ ମଡ୍ୟୁଲ ପଠାଇବ ଇସ୍ରୋ । ଏହା ସଫଳ ହେଲେ ପ୍ରଥମ ଥର ଗୋଟିଏ ମିଶନ ପାଇଁ ଦୁଇଟି ରକେଟ୍ ଉତକ୍ଷେପଣ କରି ଇତିହାସ ରଚିବ ଭାରତ ଏବଂ ତା ସହ ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ନମୁନା ସଂଗ୍ରହ କରିବାରେ ବିଶ୍ୱରେ ଚତୁର୍ଥ ଦେଶର ମାନ୍ୟତା ହାସଲ କରିବ ।

Leave a Reply