ଅତ୍ୟଧିକ ଖରାରେ କାମ କଲେ ଅଂଶୁଘାତ ହେବାର ଆଶଙ୍କା ରହିଛି

କିଛି ଦିନ ହେବ ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ସକାଳ ୮ଟାସୁଦ୍ଧା ତାପମାତ୍ରା ୩୦ ଡିଗ୍ରୀ ପାର କରି ଯାଉଛି । ଯାହାଫଳରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି । ପ୍ରଚଣ୍ଡ ଗ୍ରୀଷ୍ଣପ୍ରବାହ ଯୋଗୁ ଅଂଶୁଘାତ ହେବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ଅଂଶୁଘାତ ହେଲେ କ‘ଣ ସବୁ ଲକ୍ଷଣ ଦେଖାଯାଏ ଓ ଏଥିରୁ କିପରି ସତର୍କ ଅବଲମ୍ବନ କରିବା । ଅଂଶୁଘାତର ଲକ୍ଷଣ- ଅତ୍ୟଧିକ ଖରାରେ କାମ କଲେ ଅଂଶୁଘାତ ହେବାର ଆଶଙ୍କା ରହିଛି ଅଂଶୁଘାତ ହେଲେ ପ୍ରଥମେ ଜିଭ ଶୁଖିଯାଇଥାଏ ରୋଗୀଙ୍କୁ ବାନ୍ତି ଲାଗିଥାଏ ହଠାତ୍ ବ୍ୟକ୍ତିର ବ୍ଲଡ ପ୍ରେସର କମିଯାଇଥାଏ ଦେହ ହାତ ଘୋଳା ବିନ୍ଧା କରିଥାଏ ଦେହରୁ ଗମଗମ ଝାଳ ବାହାରିଥାଏ ଏହିସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ମେଡିକାଲ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କିପରି ସତର୍କତା ଅବଲମ୍ବନ କରିବେ- ଟାଣ ଖରାରେ ଘରୁ ବାହାରକୁ ବାହାରନ୍ତୁ ନାହିଁ କ୍ଷ ହାଲୁକା, ଫିକା, ଢିଲା ସୂତାଲୁଗା ପିନ୍ଧନ୍ତୁ ପ୍ରଚୁର ପାଣି ପିଅନ୍ତୁକ୍ଷ ଓଆରଏସ୍ କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା, ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି, କ୍ଷିର ଇତ୍ୟାଦି ପ୍ରଚୁର ପରିମାଣରେ ପିଅନ୍ତୁ । ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ । ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିଙ୍କର ନିଅନ୍ତୁ ବିଶେଷ ଧ୍ୟାନ- ଛୋଟ ପିଲାଙ୍କୁ ଖରାରେ ବାହାରକୁ ଖେଳିବାକୁ ଛାଡ଼ନ୍ତୁ ନାହିଁ । ବାହାରକୁ ସେମାନଙ୍କୁ ନେଇକି ଗଲେ ଫୁଲ୍ ପୋଷାକ, ମୁଣ୍ଡରେ ଟୋପି ପିନ୍ଧାନ୍ତୁ । ସବୁବେଳେ ପିଲାଙ୍କୁ ପାଣି ପିଇବାକୁ ଦିଅନ୍ତୁ । ପେଟ କେବେ ଖାଲି ରଖିବାକୁ ଦିଅନ୍ତୁ ନାହିଁ । ବୟସ୍କ ବ୍ୟକ୍ତି ଖରାବେଳେ ଘରୁ ବାହାରନ୍ତୁ ନାହିଁ । ଅତି ଆବଶ୍ୟକ ପଡ଼ିଲେ ବାହାରକୁ ଗଲେ ମୁଣ୍ଡରେ ଓଦା କପଡ଼ା ଏବଂ ପାଦରେ ଜୋତା ପିନ୍ଧନ୍ତୁ ।

Leave a Reply

Your email address will not be published. Required fields are marked *