Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପରିସ୍ରା ସଂକ୍ରମଣକୁ ରୋକିବାର ଉପାୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପରିସ୍ରା ସଂକ୍ରମଣକୁ ରୋକିବାର ଉପାୟ

ପରିସ୍ରାର ସଂକ୍ରମଣ କେମିତି ରୋକିବେ ଏହାକୁ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବା ନିଶ୍ଚୟ । ତେବେ ଦିଆଯାଇଥିବା ଟିପ୍ସ ମାନନ୍ତୁ ସୁରକ୍ଷିତ ରୁହନ୍ତୁ… ୧. ପ୍ରଚୁର ପାଣି ପିଅନ୍ତୁ: ପ୍ରତିଦିନ ଅତି କମ୍‌ରେ ୨-୩ ଲିଟର ପାଣି ପିଅନ୍ତୁ । ପାଣିର ମାତ୍ରା ସମସ୍ତଙ୍କ ପାଇଁ ସମାନ ନୁହେଁ । ଏହା ଆପଣଙ୍କ କାର୍ଯ୍ୟକଳାପର ସ୍ତର ଏବଂ ଜଳବାୟୁ ଉପରେ ଆଧାର କରି ନିର୍ଣ୍ଣୟ ନିଅନ୍ତୁ । ଯଦି ଆପଣଙ୍କ ପରିସ୍ରା ହାଲୁକା ହଳଦିଆ ରଙ୍ଗର ହେଉଛି ତାହେଲେ ଆପଣ ଠିକ୍ ମାତ୍ରାରେ ପାଣି ପିଉଛନ୍ତି ବୋଲି ଜାଣିବେ । ୨. କେଫିନ୍ ସୀମିତ ରଖନ୍ତୁ ଏବଂ ମଦ୍ୟପାନ ବନ୍ଦ କରନ୍ତୁ: ଏହି ଦୁଇଟି ଜିନିଷ ଆପଣଙ୍କ ପରିସ୍ରା ଥଳି ରେ ପ୍ରଦାହ କରି ବାରମ୍ବାର ପରିସ୍ରା କରିବା ପାଇଁ ବାଧ୍ୟ କରିଥାଏ । ୩. ନିୟମିତ ପରିସ୍ରା କରନ୍ତୁ: ପରିସ୍ରା ଅଧିକ ସମୟ ଧରି ରଖନ୍ତୁ ନାହିଁ । ଏହା ଆପଣଙ୍କ ପରିସ୍ରା ଥଳି ର ମାଂସପେଶୀ କୁ ଦୁର୍ବଳ କରିଦେଇଥାଏ ଏବଂ ପରିସ୍ରା ସଂକ୍ରମଣର ସମ୍ଭାବନା ବଢାଇ ଦେଇଥାଏ । ଦିନରେ ପ୍ରତି ୩-୪ ଘଣ୍ଟାକୁ ଥରେ ନିହାତି ପରିସ୍ରା କରନ୍ତୁ । ୪. ଆପଣଙ୍କ ପରିସ୍ରା ଥଳି ସଂପୂର୍ଣ୍ଣ ଖାଲି କରନ୍ତୁ: ପରିସ୍ରା ତରତର ହୋଇ କରନ୍ତୁ ନାହିଁ । ପରିସ୍ରାରେ କଷ୍ଟ ହେଉଥିଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ୫. ଯଦି ଆପଣ ଜଣେ ମହିଳା ହୋଇଥାନ୍ତି ତେବେ ପରିସ୍ରା କରିସାରି ଧୋଇବା ହେବା ସହ ସେହି ସ୍ଥାନକୁ ଭଲ ଭାବେ ପୋଛିଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ମଳଦ୍ୱାରରୁ ମୂତ୍ରନଳୀକୁ ସଂକ୍ରମଣର ସମ୍ଭାବନା ଏଡାଇ ହୁଏ । ୬. ଓଜନ ବେଶି ଥିଲେ କମାଇବା ପାଇଁ ଚେଷ୍ଟା କରନ୍ତୁ । ମୋଟାପା ଆପଣଙ୍କ ପରିସ୍ରା ଥଳି ଉପରେ ଚାପ ପକାଇପାରେ ଏବଂ ମୂତ୍ର ସମସ୍ୟାରେ ସହାୟକ ହେଇପାରେ । ୭. କୋଷ୍ଠକାଠିନ୍ୟ ହେଉଥିଲେ ତାର ଚିକିତ୍ସା କରନ୍ତୁ । ଏହା ଆପଣଙ୍କ ପରିସ୍ରା କରିବାରେ ସମସ୍ୟା ସୃଷ୍ଟି କରିପାରେ । ୮. ପେଲ୍ଭିକ୍ ଫ୍ଲୋର୍ ବ୍ୟାୟାମ (କେଗେଲ୍‌): ଉତ୍ତମ ପରିସ୍ରା ଥଳି ଏବଂ ମୂତ୍ର ସ୍ୱାସ୍ଥ୍ୟ ପାଇଁ ପେଲ୍ଭିକ୍ ଫ୍ଲୋର୍ ମାଂସପେଶୀ କୁ ମଜବୁତ୍ କରନ୍ତୁ । ୯. ଧୂମ୍ରପାନ ବନ୍ଦ କରନ୍ତୁ: ଏହା ପରିସ୍ରା ଥଳି କର୍କଟ ସହ ଜଡ଼ିତ । ୧୦. ସ୍ୱଚ୍ଛତା ଅବଲମ୍ବନ କରନ୍ତୁ: ଯୌନାଙ୍ଗକୁ ମୃଦୁ ସାବୁନ ଏବଂ ପାଣିରେ ନିୟମିତ ସଫା କରନ୍ତୁ ।

Leave a Reply