କଳମଛୁଇଁ ଶିଶୁମନ୍ଦିରରେ ରାଷ୍ଟ୍ରୀୟ ନବ ବର୍ଷ ପାଳିତ


ତାଳଚେର: ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଷ୍ଟ୍ରୀୟ ନବ ବର୍ଷ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୱତ୍ ପରିଷଦର ସଭାପତି ଶିକ୍ଷାବିତ୍ ଦିବାକର ବାରିକ, ସମ୍ମାନୀୟ ଅତିଥି ଭାବରେ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ,କୋଷାଧ୍ୟକ୍ଷ ପଂଚାନନ ବେହେରା,ମୁଖ୍ୟ ବକ୍ତା ଭାବରେ ଆଚାର୍ଯ୍ୟା ଦମୟନ୍ତୀ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୈରିକ ଧ୍ୱଜା ଉତୋଳନ କରାଯାଇଥିଲା । ଆଚାର୍ଯ୍ୟା ବୈଦେହୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଦେହୁରୀ ରାଷ୍ଟ୍ରୀୟ ନବ ବର୍ଷ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥିମାନେ ରାଷ୍ଟ୍ରୀୟ ନବବର୍ଷ ପାଳନ କରିବାର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦ ଦିନ ରାଷ୍ଟ୍ରୀୟ ନବ ବର୍ଷ ପାଳନ କରାଯାଇଥାଏ । ହିନ୍ଦୁ ପୌରାଣିକ ମତ ଅନୁସାରେ ଆଜିର ଦିନରେ ସୃଷ୍ଟିକର୍ତା ବ୍ରହ୍ମା ସୃଷ୍ଟି ସଂରଚନା ଆରମ୍ଭ କରିଥିଲେ । ଆଜିର ଦିବସରେ ମର୍ଯ୍ୟାଦା ପୁରୁଷୋତମ ଭଗବାନ ଶ୍ରୀରାମଙ୍କ ରାଜ୍ୟାଭିଷେକ ଦିବସ, ନବରାତ୍ର ଆରମ୍ଭ, ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆର୍ଯ୍ୟସମାଜର ସ୍ଥାପନା ତଥା ଧର୍ମରାଜ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ଆଦି ଅନୁଷ୍ଠିତ ହୋଇଥିବା ଯୋଗୁଁ ଆଜି ଏକ ପବିତ୍ର ଦିବସ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆଚାର୍ଯ୍ୟା ପ୍ରିୟଙ୍କା ବେହେରା ଓ ଭଗବତୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ତ୍ରିଲୋଚନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ କୁମୁଦ ବେହେରା, ମଳୟ ଦାସ,ଅନୀଲ କୁମାର ସାହୁ, ବୀରେନ୍ ପ୍ରଧାନ, ସଞ୍ଜୟ ସାଲିମା, ବୈଜୟନ୍ତୀ ସାହୁ, ସରୋଜା ବେହେରା,ଟୁନିତା ସାହୁ,ସୁଶ୍ରୀ ତ୍ରିପାଠୀ, ସରସ୍ୱତୀ ସାହୁ,ବସନ୍ତ ମହାନ୍ତିଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *