ବାଲିଚନ୍ଦ୍ରପୁରସ୍ଥ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ

ବଡଚଣା : ବଡଚଣା ଶିକ୍ଷା ମଣ୍ଡଳ ଅଧିନ ବାଲିଚନ୍ଦ୍ରପୁରସ୍ଥ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ତଥା ସଂକୁଳ ସଂଯୋଜକ ସତ୍ୟାନନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ ଉତ୍ସବ ଆଜି ଅନୁଷ୍ଠିତ ହୋଇଥାଏ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ଯାଜପୁର ଜିଲ୍ଲାର ସଂଯୋଜକ ବଟକୃଷ୍ଣ ଜେନା ଯୋଗଦେଇ ଆଜିର ଦିବସ ସମ୍ପର୍କରେ ବହୁ ମୁଲ୍ୟବାନ ବକ୍ତବ୍ୟ ପ୍ରଦାନ କରି ରାଷ୍ଟ୍ର ଗଠନରେ ବର୍ତ୍ତିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଉପଦେଷ୍ଟା ନିରଞ୍ଜନ ମହାନ୍ତି ଓ ଅନ୍ୟତମ ଉପଦେଷ୍ଟା ହିମାଂଶୁ ଶେଖର ବଳ ଯୋଗଦେଇ ହିନ୍ଦୁ ନବବର୍ଷର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପବିତ୍ର ଦିନରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ରମେଶ ଚନ୍ଦ୍ର ବିଶ୍ୱାଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲାବେଳେ ବରିଷ୍ଠ ଆଚାର୍ଯ୍ୟ ସୁପ୍ରୀତି ମହାନ୍ତି ଓ ପୁଷ୍ପଲତା ରାଉତଙ୍କ ତତ୍ତ୍ୱାବଧାନରେ ଦଶମ ଶ୍ରେଣୀର ଛାତ୍ରୀ କିରଣ ଦାସ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ଗୋପବନ୍ଧୁ ପୃଷ୍ଟି ଓ ସୁଶାନ୍ତ କୁମାର ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାମନ୍ଦିରର ସହ ପ୍ରଧାନ ଆଚାର୍ଯ୍ୟ ପ୍ରଶାନ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ସଫଳ କରିବାରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା,ସେବକ ସେବିକା ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *