Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉଦଳାରେ ହିନ୍ଦୁ ନବବର୍ଷ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉଦଳାରେ ହିନ୍ଦୁ ନବବର୍ଷ ପାଳିତ

ବାରିପଦା /ଉଦଳା : ଚୈତ୍ର ଶୁକ୍ଳ ପ୍ରତିପଦ, ଇଂରାଜୀ ଏପ୍ରିଲ ୯ ତାରିଖ ମଙ୍ଗଳବାର ଦିନ ଉଦଳା ଠାରେ ହିନ୍ଦୁ ନବ ବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ଉଦଳା ବିଜ୍ଞାପିତ ଅଂଚଳ ପରିଷଦର ନଗରପାଳ ପ୍ରମିଳା ପଣ୍ଡା ଓ ସ୍ଥାନୀୟ ବିଧାୟକ ଭାସ୍କର ମଢ଼େଇ ସହର ମଧ୍ୟରେ ଥିବା ହନୁମାନ ମନ୍ଦିରଠାରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଦଳା ଓକିଲ ସଂଘର ସଂପାଦକ ବସନ୍ତ କୁମାର ପରିଡ଼ା, ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି, କାଉନସିଲର ବିଶ୍ୱରଂଜନ ମୋଦି ଓ ଶୁଭଦିପ ମାହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ନଗରପାଳ ଶ୍ରୀମତୀ ପଣ୍ଡା ଆଜିର ଦିନରେ ବ୍ରହ୍ମାଙ୍କ ଦ୍ୱାରା କିପରି କାଳଗଣନା ଆରମ୍ଭ ହୋଇଥିଲା ଓ ଆଜିର ଦିନର ମହାତ୍ମ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ପରେ ମିଷ୍ଟାନ୍ନ ବଂଟନ ସହିତ କାର୍ଯ୍ୟକ୍ରମର ଯବନିକା ପଡ଼ିଥିଲା ।

Leave a Reply