ପୋଲସରାରେ ହିନ୍ଦୁ ନବବର୍ଷ ପାଳିତ


ପୋଲସରା : ପୋଲସରା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବିବେକାନନ୍ଦ ପ୍ରଭାତ ଶାଖାରେ ହିନ୍ଦୁ ନବବର୍ଷ ଉତ୍ସବ ସମ୍ପୂର୍ଣ୍ଣ ପାରମ୍ପରିକ ନୀତିରେ ପାଳନ କରାଯାଇଅଛି । ସ୍ଥାନୀୟ ସରସ୍ୱତୀ ଶିଶୁ୍ୱିଦ୍ୟାମନ୍ଦିର ସ୍ଥିତ ସଂଘ ସ୍ଥାନରେ ସ୍ୱୟଂସେବକ ମାନେ ଏକତ୍ରିତ ହୋଇ ପରମ ପବିତ୍ର ଗୌରୀକ ଧ୍ୱଜ ଉତ୍ତୋଳନ କରିବା ସହିତ ସଂଘ ପ୍ରାର୍ଥନା କରିଥିଲେ ।ପରେ ଅନୁଷ୍ଠିତ ହୋଇଥିବା ଏକ ବୌଦ୍ଧିକ କାର୍ଯ୍ୟକ୍ରମରେ ଶିକ୍ଷାବିକାଶ ସମିତିର ପ୍ରାନ୍ତଃ ଶାରୀରିକ ସଂଯୋଜକ ଶ୍ରୀଯୁକ୍ତ ବଳରାମ ସାହୁ ମୁଖ୍ୟବକ୍ତା ଏବଂ ଶିକ୍ଷାବିକାଶ ସମିତି ପୂର୍ବ ସମ୍ଭାଗ ଶାରୀରିକ ଶୈକ୍ଷିକ ସଂଯୋଜକ ଶ୍ରୀଯୁକ୍ତ ଅରୁଣ କୁମାର ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଚୈତ୍ର ଶୁକ୍ଳ ପ୍ରତିପଦାରେ ହିନ୍ଦୁ ନବବର୍ଷ ପାଳନ କରିବାର ତାତ୍ପର୍ଯ୍ୟ ଏବଂ ମହତ୍ତ୍ୱ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ସ୍ୱୟଂସେବକମାନେ ଜଗନ୍ନାଥ ମନ୍ଦିରରେ ଜଗତ କଲ୍ୟାଣ ପାଇଁ ପୂଜାପାଠ କରିବା ସହିତ ନଗର ପରିକ୍ରମା କରି ବିଭିନ୍ନ ସ୍ଥାନରେ ନବବର୍ଷକୁ ସ୍ୱାଗତ ଏବଂ ଶୁଭକାମନା ବାର୍ତ୍ତା ପ୍ରଦାନ କରିଥିଲେ ା

Leave a Reply

Your email address will not be published. Required fields are marked *