ତିହିଡ଼ିରେ ଶ୍ରୀରାମ ନବମୀ ଉପଲକ୍ଷେ ଏକ ବାଇକ୍ ଶୋଭାଯାତ୍ରା


ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଶ୍ରୀରାମ ନବମୀ ସମିତି ପକ୍ଷରୁ ତିହିଡ଼ିରେ ଶ୍ରୀରାମ ନବମୀ ଉପଲକ୍ଷେ ଏକ ବାଇକ୍ ଶୋଭାଯାତ୍ରା ସ୍ଥାନୀୟ କଲେଜଛକରୁ ବାହାରି ବଜାର ପରିକ୍ରମା କରିବା ପରେ ରାଣୀପୁର ସ୍ଥିତ ତାରିଣୀ ମନ୍ଦିର ନିକଟରେ ପହଁଞ୍ôଚଥିଲେ । ସମିତି ପକ୍ଷରୁ ତିହିଡ଼ି ରାମ ମନ୍ଦିର ପରିସରରେ ଆସନ୍ତା ନବମୀରେ ପ୍ରଭୁ ଶ୍ରୀରାମଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ପରଦିନ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶ୍ରୀରାମଙ୍କର ପ୍ରଜ୍ଞାମେଢ଼ ଶୋଭାଯତ୍ରାରେ ଯାଇ ରାମ ମନ୍ଦିର ନିକଟରେ ପହଞ୍ôଚ ଥାନ୍ତି । ଶ୍ରୀରାମ ନବମୀ ପରଦିନ ଯଜ୍ଞ ଅନୁଷ୍ଠିତ ହୋଇଥାଏ । ପ୍ରଜ୍ଞା ମେଢ଼ ଓ ଯଜ୍ଞ ଦେଖିବାପାଇଁ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ । ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ବିଜେପି ବରିଷ୍ଠ ନେତା ଦୀନବନ୍ଧୁ ପତି, ରଘୁନାଥ ପାତ୍ର, ଶୁକଦେବ ମଲିକ, ବୁଦ୍ଧଦେବ ଜେନା, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ରାଜକିଶୋର ନାୟକ, ଉମାକାନ୍ତ ଦାସ, ରତିକାନ୍ତ ଦାସ, ପ୍ରତାପ ଜେନା, କେଶବ ବେହେରା, ପ୍ରିୟବ୍ରତ ପାଢ଼ୀ, ରମେଶ ମହାପାତ୍ର, ନିର୍ମଳ ବେହେରା, ବାବୁ ଭଟ୍ଟରାୟ ପ୍ରମୁଖଙ୍କ ସହିତ ଶତାଧିକ ଶ୍ରୀରାମ ଭକ୍ତ ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସମିତିର ସଭାପତି କିଶୋର ନାୟକ, ସମ୍ପାଦକ ଯଯାତି ଦାସ, ସୀତାକାନ୍ତ ନାୟକ, ପ୍ରଶାନ୍ତ ବଳ, ଅଜୟ ନାୟକ, ତପନ ପଣ୍ଡା ପ୍ରମୁଖ ବାଇକ ଶୋଭାଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *