Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜ୍ଞାନବାପି ସେଲାରରେ ପୂଜାର୍ଚ୍ଚନାରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜ୍ଞାନବାପି ସେଲାରରେ ପୂଜାର୍ଚ୍ଚନାରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବାରାଣସୀର ଜ୍ଞାନବାପି ମସ୍‌ଜିଦ ଦକ୍ଷିଣ ପାର୍ଶ୍ୱ ସେଲାରରେ ହିନ୍ଦୁମାନେ ଚଳାଇଥିବା ପୂଜାର୍ଚ୍ଚନାରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି । ମସ୍‌ଜିଦ ପରିଚାଳନା କମିଟିର ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟିଙ୍କୁ ଜବାବ ମାଗିଛନ୍ତି । ଜ୍ଞାନବାପି ମସ୍‌ଜିଦ ପରିସରରେ ମୁସଲମାନଙ୍କ ନମାଜପାଠକୁ ନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ, ଏହି ସତ୍ୟକୁ ମନେ ରଖିବାକୁ ହେବ ଯେ, ଜାନୁଆରୀ ୧୭ ଏବଂ ୩୧ ତାରିଖର ରାୟ ପରେ ଜ୍ଞାନବାପି ମସ୍‌ଜିଦ ପରିସରରେ ମୁସଲମାନ ସମ୍ପ୍ରଦାୟର ନମାଜ ପାଠ ଅବାଧ ହୋଇଥିଲା । ହିନ୍ଦୁ ପୂଜକଙ୍କ ଦ୍ୱାରା ତେହଖାନା ଅଞ୍ଚଳ ମଧ୍ୟରେ ସୀମିତ ରହିବ । ତେଣୁ ଉଭୟ ସମ୍ପ୍ରଦାୟ ଯେପରି ଉପରୋକ୍ତ ନିୟମ ଅନୁଯାୟୀ ପୂଜାପାଠ କରିପାରିବେ, ସେଥିପାଇଁ ସ୍ଥିତାବସ୍ଥା ଜାରି ରଖିବାକୁ ହେବ ବୋଲି ଖଣ୍ଡପୀଠ କହିଥିଲେ । ମସ୍‌ଜିଦ କମିଟି ପକ୍ଷରୁ ହୋଇଥିବା ଆବେଦନ ଉପରେ ଏପ୍ରିଲ ୩୦ ସୁଦ୍ଧା ଜବାବ ରଖିବାକୁ ପୂଜକ ଶୈଳେନ୍ଦ୍ର କୁମାର ପାଠକ ବ୍ୟାସଙ୍କୁ ଖଣ୍ଡପୀଠ ସମନ ଜାରି କରିଛନ୍ତି ।

Leave a Reply