କେଶବଧାମରେ ସାହିତ୍ୟ ସଭା ଓ କବିତା ପାଠ ଉତ୍ସବ


କଟକ ସଦର: କଟକ ଗତିରାଉତପାଟଣାସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିର କେଶବଧାମର ସର୍ଜନୀକା ସାହିତ୍ୟ ପରିଷଦ ତରଫରୁ ସଭାପତି ମନୋରଂଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମା’, ମାଟି ଓ ମାତୃଭାଷା ଶୀର୍ଷକ ଉପରେ ଏକ ସାହିତ୍ୟ ସଭା ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିକାଶ ସମିତି ଓଡ଼ିଶାର ସଭାପତି ଡଃ କିଶୋର ଚନ୍ଦ୍ର ମହାନ୍ତି ଉଦ୍‌ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶିକ୍ଷା ସୃଜନୀର ସମ୍ପାଦକ ମହେନ୍ଦ୍ର କୁମାର ଘଡ଼େଇ, ବିଦ୍ୟାଳୟର କୋଷାଧ୍ୟକ୍ଷା ତଥା ଶିକ୍ଷାବିତ୍ ଇନ୍ଦୁମତୀ ଦାଶ, ଅତିଥି ଭାବରେ ଯୋଗଦେଇଥିବା ବେଳେ ଉଦୟଭାନୁ ସାହିତ୍ୟ ସଂସଦର ସମ୍ପାଦିକା ସରୋଜିନୀ ମିଶ୍ର, ରାଷ୍ଟଦ୍ୱୀପର ସହ ସମ୍ପାଦିକା ପ୍ରଜ୍ଞାପରମିତା ଆଚାର୍ଯ୍ୟ ବକ୍ତା ଭାବରେ ଯୋଗଦେଇ ସାହିତ୍ୟ ସାଧନା କରିବାର ସଫଳ କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସର୍ଜନୀକା ସାହିତ୍ୟ ପରିଷଦର ଉପଦେଷ୍ଟା ସତ୍ୟନାରାୟଣ ପଣ୍ଡା, ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପଣ୍ଡା, ସମ୍ପାଦିକା ଗୀତାଞ୍ଜଳି ପୃଷ୍ଟି, ପୃଷ୍ଠଭୂମି ସମ୍ପାଦକ କୈଳାସ ଚନ୍ଦ୍ର ଜେନାଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ସାହିତ୍ୟାରାଗୀ କବି ଓ ଲେଖକ ମଧ୍ୟ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଷଦର ସଂଯୋଜକ ଚୈତନ୍ୟ ରାଉତ, ଆଚାର୍ଯ୍ୟା ବନୀତା ପତି ପ୍ରମୁଖ ପରିଚାଳନା କରିଥିଲେ । ପରିଷଦର ସମ୍ପାଦିକା ଗୀତାଞ୍ଜଳି ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *