Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାରିହେଲା ୯୦ ଟଙ୍କିଆ କଏନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାରିହେଲା ୯୦ ଟଙ୍କିଆ କଏନ

ଜାରିହେଲା ୯୦ ଟଙ୍କିଆ କଏନ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ୯୦ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ସ୍ୱତନ୍ତ୍ର କଏନ୍ ବା ମୁଦ୍ରା ଜାରି କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଆରବିଆଇର ଅନ୍ୟ ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ । ଅର୍ଥ ମନ୍ତ୍ରଣାଳୟ ଆରବିଆଇର ୯୦ତମ ବାର୍ଷିକୀ ପାଳନ ଅବସରରେ ଏହି ସ୍ୱତନ୍ତ୍ର ୯୦ ଟଙ୍କା କଏନ୍ ଉନ୍ମୋଚନ କରିଛି । ୯୯.୯୯% ଶୁଦ୍ଧ ରୂପା ସହିତ ନିର୍ମିତ ଏବଂ ପ୍ରାୟ ୪୦ ଗ୍ରାମ ଓଜନ ବିଶିଷ୍ଟ ଏହି ସ୍ୱତନ୍ତ୍ର ମୁଦ୍ରା, ନଅ ଦଶନ୍ଧି ଧରି ଆରବିଆଇର ସମୃଦ୍ଧ ଇତିହାସ ଏବଂ ସଫଳତାର ପ୍ରତୀକ ଅଟେ । ଏହି କଏନ୍‌ରେ କେନ୍ଦ୍ରର ପ୍ରସିଦ୍ଧ ଆରବିଆଇ ପ୍ରତୀକକୁ ହାଇଲାଇଟେଡ୍ କରାଯାଇଛି । ଏହାର ତଳେ ଆରବିଆଇ ଅ୯୦ ଲେଖା ରହିଛି । ଯାହା ଅନୁଷ୍ଠାନର ସ୍ଥାୟୀ ଐତିହ୍ୟ ଏବଂ ଭାରତର ଆର୍ôଥକ ସ୍ଥିରତା ବଜାୟ ରଖିବାରେ ଭୂମିକାକୁ ପ୍ରତିପାଦିତ କରୁଛି । ଏହା ଭାରତର ସାଂସ୍କୃତିକ ଐତିହ୍ୟ ଏବଂ ଗଣତାନ୍ତ୍ରିକ ନୀତିର ପ୍ରତୀକ ଥିବା ଅଶୋକ ସ୍ତମ୍ଭର ସିଂହ ରହିଛି । ନିମ୍ନରେ ଦେବନଗରୀ ସ୍କ୍ରିପ୍ଟରେ ଖୋଦିତ ଜାତୀୟ ସଙ୍କେତ ସତ୍ୟମେବ ଜୟତେ ମଧ୍ୟ ଲେଖାଯାଇଛି ।

Leave a Reply