Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶସ୍ତା ହେଲା ଗ୍ୟାସ ଦର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶସ୍ତା ହେଲା ଗ୍ୟାସ ଦର

ନୂଆଦିଲ୍ଲୀ: ଏପ୍ରିଲ ମାସ ଆରମ୍ଭରୁ କମିଲା କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ଦର । ତୈଳ କମ୍ପାନୀମାନେ ୧୯ କେଜି କମର୍ସିଆଲ୍ ସଲିଣ୍ଡର ବ୍ୟତୀତ ୫ କେଜି ଏଫଟିଏଲ ସିଲିଣ୍ଡର ଦର ମଧ୍ୟ ହ୍ରାସ କରିଛନ୍ତି । ୧୯ କେଜି କମର୍ସିଆଲ୍ ସିଲିଣ୍ଡର ପିଛା ଦର ୩୦.୫୦ ଟଙ୍କା ପର୍ଯ୍ୟନ୍ତ କମିଛି । ସେହିପରି ୫ କେ.ଜି ଏଫଟିଏଲ ସିଲିଣ୍ଡର ଦର ୭.୫୦ ଟଙ୍କା ହ୍ରାସ ପାଇଛି । ଏଏନଆଇ ସୂଚନା ମୁତାବକ, ଏପ୍ରିଲ୍ ପହିଲାରୁ ସାରା ଦେଶରେ ଏହି ନିୟମ ଲାଗୁ କରାଯାଇଛି । ଏହା ଦ୍ୱାରା ହୋଟେଲ, ରସ୍ତେରାଁ ମାଲିକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ସିଲିଣ୍ଡର ମୂଲ୍ୟ ହ୍ରାସ ପାଇବା ପରେ ସିଲିଣ୍ଡର ମୂଲ୍ୟ ୧,୭୬୪.୫୦ ଟଙ୍କା ରହିଛି । କୋଲକାତାରେ ୧,୮୭୯ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ମିଳିବ । ସେହିପରି ମୁମ୍ବାଇରେ ଦର ୧୭୧୭.୫୦ ଟଙ୍କା ଏବଂ ଚେନ୍ନାଇରେ ୧,୯୩୦ ଟଙ୍କା ରହିଛି । ଆଜିଠୁ ନୂଆ ଦର ଲାଗୁ ହୋଇଥିବା ବେଳେ ଘରୋଇ ଗ୍ୟାସ ଦର ଅପରିବର୍ତ୍ତିତ ରହିଛି । ଗତ ୩ମାସ ହେଲା ଲଗାତାର କମର୍ସିଆଲ୍ ସିଲିଣ୍ଡର ଦାମ ବଢ଼ୁଥିଲା । ମାର୍ଚ୍ଚ ପହିଲାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ନେଇ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପକ୍ଷରୁ ଘୋଷଣା କରାଯାଇଥିଲା । ମାତ୍ର ଏବେ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଦର ସାମାନ୍ୟ ହ୍ରାସ ପାଇଛି । ଏହା ପୂର୍ବରୁ ବିଶ୍ୱ ମହିଳା ଦିବସରେ ରୋଷେଇ ଗ୍ୟାସ୍ ଦର ହ୍ରାସ କରିଥିଲେ କେନ୍ଦ୍ର ସରକାର । ୧୪ କେଜି ଏଲପିଜି ସିଲିଣ୍ଡର ପିଛା ଦର ୧୦୦ ଟଙ୍କା ପର୍ଯ୍ୟନ୍ତ କମ୍ କରିଥିଲେ ।

Leave a Reply