Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଣ୍ୟ କାରବାରରେ ବୃହତ ବନ୍ଦର ମଧ୍ୟରେ ୧ନମ୍ବର ସ୍ଥାନ ହାସଲ କଲା ପାରାଦୀପ ବନ୍ଦର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଣ୍ୟ କାରବାରରେ ବୃହତ ବନ୍ଦର ମଧ୍ୟରେ ୧ନମ୍ବର ସ୍ଥାନ ହାସଲ କଲା ପାରାଦୀପ ବନ୍ଦର

ପାରାଦୀପ- ଗତ ଆର୍ôଥକ ବର୍ଷ ୨୦୨୩-୨୪ ରେ ଅବିଶ୍ୱାସନୀୟ ୧୪୫.୩୮ ନିୟୁତ ମେଟ୍ରିକ ଟନ୍ ପଣ୍ୟ କାରବାର କରି ପାରାଦୀପ ବନ୍ଦର ଦେଶର ବୃହତ ବନ୍ଦର ମଧ୍ୟରେ ୧ ନମ୍ବର ସ୍ଥାନ ହାସଲ କରିଛି । ଏହି ନୂତନ କୀର୍ତ୍ତିମାନ ସହିତ ପାରାଦୀପ ବନ୍ଦର କାଣ୍ଡଲା ବନ୍ଦରକୁ ପଛରେ ପକାଇ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି । ବନ୍ଦର ଟ୍ରାଫିକ୍ ଚଳାଚଳର ୫୬ ବର୍ଷ ଇତିହାସରେ ଏହା ପ୍ରଥମ । ବିଗତ ଆର୍ôଥକ ବର୍ଷ ତୁଳନାରେ ବନ୍ଦର ପଣ୍ୟ କାରବାରର ୧୦.୦୨ ନିୟୁତ ମେଟ୍ରିକ ଟନ ବା ୭.୪ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଉପକୂଳ ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦର ଅଦ୍ୟାବଧି ସର୍ବାଧିକ ୫୯.୧୯ ନିୟୁତ ମେଟ୍ରିକ ଟନ ପଣ୍ୟ କାରବାର କରିଛି । ଉପକୂଳ ତାପଜ କୋଇଲା ପଣ୍ୟ କାରବାର ୪୩.୯୭ ନିୟୁତ ମେଟ୍ରିକ ଟନ୍‌ରେ ପହଞ୍ଚିଛି ; ଯାହାକି ବିଗତ ଆର୍ôଥକ ବର୍ଷ ତୁଳନାରେ ୪.୦୨ ପ୍ରତିଶତ ଅଭିବୃଦ୍ଧି ଘଟିଛି । ସେହିପରି ବନ୍ଦରର ବର୍ଥ ଉତ୍ପାଦନ ବିଗତ ବର୍ଷ ତୁଳନାରେ ୬.୩୩ ପ୍ରତିଶତ ବୃଦ୍ଧି ପାଇ ଦୈନିକ ୩୩.୦୧୪ ମେଟ୍ରିକ ଟନରେ ପହଞ୍ଚିଛି ; ଯାହାକି ବୃହତ ବନ୍ଦର ମଧ୍ୟରେ ଏହା ସର୍ବାଧିକ । ଏହି ସମୟରେ ପାରାଦୀପ ବନ୍ଦରରେ ସର୍ବାଧିକ ୨୭୧୦ଟି ଜାହାଜ ଗମନାଗମନ କରିଛି । ଯାହା ବିଗତ ଆର୍ôଥକ ବର୍ଷ ଠାରୁ ୧୩.୮୨ ପ୍ରତିଶତ ଅଧିକ । ସେହିପରି ଯାନ୍ତ୍ରିକ କୋଇଲା ହ୍ୟାଣ୍ଡଲିଙ୍ଗ ପ୍ଲାଣ୍ଟରେ ସର୍ବାଧିକ ୨୭.୧୨ ନିୟୁତ ମେଟ୍ରିକ ଟନ କୋଇଲା ପରିଚାଳନା ହୋଇଛି । ବ୍ୟବସାୟିକ ଅଭିବୃଦ୍ଧି ପାଇଁ ପାରାଦୀପ ବନ୍ଦରରେ ପଣ୍ୟ ପରିଚାଳନା ମୂଲ୍ୟ ୨୦୨୨ ମସିହା ଠାରୁ ୩ ବର୍ଷ ନିମନ୍ତେ ସ୍ଥିର ରଖାଯାଇଛି । ଅନ୍ତରୀଣ ଆର୍ôଥକ କାରବାରରେ ବନ୍ଦରର ପରିଚାଳନାଗତ ରାଜସ୍ୱ ୨୩ ଶହ କୋଟି ଟଙ୍କା ଅତିକ୍ରମ କରିଛି; ଯାହାକି ପୂର୍ବ ବର୍ଷ ତୁଳନାରେ ୧୪.୩୦ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଟିକସ୍ ଦେବା ପରେ ପାରାଦୀପ ବନ୍ଦରର ଲାଭଂଶ ୧୦୨୦ କୋଟି ଟଙ୍କାରେ ପହଞ୍ôଚଛି । ଯାହାକି ପୂର୍ବ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ । ତେବେ ବନ୍ଦରର ଏହି ଐତିହାସିକ ସଫଳତା ହାସଲ ପରେ ବନ୍ଦର ଅଧ୍ୟକ୍ଷ ପିଏଲ୍ ହରନାଦ ବନ୍ଦରର ସମସ୍ତ ଅଧିକାରୀ, କର୍ମଚାରୀ ଓ ବନ୍ଦର ବ୍ୟବହାରକାରୀ ସଂସ୍ଥାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply